Latest Odisha News

BREAKING NEWS

୬ ମାସ ପର୍ଯ୍ୟନ୍ତ ସଚେତନ ରୁହନ୍ତୁ, କରୋନା ଗୁଜବରୁ ଦୂରେଇ ରୁହନ୍ତୁ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା କରୋନାଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଏହାର ୨ ଦିନ ପରେ ଅର୍ଥାତ୍ ରବିବାର ଦିନ କରୋନା ସମ୍ପର୍କରେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିକମରେ ୬ ମାସ ପର୍ଯ୍ୟନ୍ତ ଭାଇରସ ପ୍ରତି ସଚେତନ ରହିବାକୁ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି କହିଛନ୍ତି, “କରୋନାଭାଇରସର ମୁକାବିଲା କରିବା କେବଳ ସରକାରଙ୍କ ଏକମାତ୍ର ଦାୟିତ୍ୱ ନୁହେଁ । ଏଥିପାଇଁ ସମସ୍ତଙ୍କୁ ସାମୁହିକ ଭାବେ ପ୍ରୟାସ କରିବାର ଆବଶ୍ୟକତା ରହିଛି । ଆମେ ଯୁଦ୍ଧଭିତ୍ତିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛୁ । ଏବଂ ସମସ୍ତଙ୍କୁ ଆଗ୍ରହ କରୁଛି କି, ଭାଇରସ ସହ ମୁକାବିଲା କରିବା ପାଇଁ ଅତିକମରେ ୬ ମାସ ପର୍ଯ୍ୟନ୍ତ ସତର୍କ ରୁହନ୍ତୁ ।”

ସୁବ୍ରତ ବାଗଚୀ ଏହା ମଧ୍ୟ କହିଛନ୍ତି କି, କରୋନା ଗୁଜବ ଠାରୁ ଦୁରେଇ ରୁହନ୍ତୁ । ସମସ୍ତେ ଶାନ୍ତ ଓ ସଚେତନ ହୋଇ ପରିସ୍ଥିତିର ମୁକାବିଲା କରିବା ।

Leave A Reply

Your email address will not be published.