Latest Odisha News

[ଦେଖନ୍ତୁ ଭିଡିଓ] କଡ଼ା ସୁରକ୍ଷା ବଳୟ ଭିତରେ ସାନି ମତଦାନ ଶେଷ

ପୁରୀ : ଆଜି ପୁରୀ ଜିଲ୍ଲାର ପୁରୀ ୫ଟି ବୁଥରେ ସ୍ଥାନରେ ସାନି ମତଦାନ ହୋଇଛି । ଜିଲ୍ଲାରେ ୫ଟି ସ୍ଥାନରେ ଗଣ୍ଡଗୋଳ ଘଟି ମତଦାନ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଏହି ବୁଥ ମାନଙ୍କରେ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନକୁ ଆବେଦନ କରାଯାଇ ଥିଲା ।

ପୁରୀର କଣାସ ବ୍ଲକ ଅଡାଲ ଗ୍ରାମପଞ୍ଚାୟତର ୫,୭,୮ ନମ୍ବର ବୁଥ, କୃଷ୍ଣପ୍ରସାଦର ଅଲଣ୍ଡା ଗ୍ରାମପଞ୍ଚାୟତର 8 ନମ୍ବର ବୁଥ ଓ ବ୍ରହ୍ମଗିରି ଗ୍ରାମପଞ୍ଚାୟତର ଚାପମାଣିକ ଗ୍ରାମର ୯ ନମ୍ବର ବୁଥରେ ହୋଇଛି ସାନି ମତଦାନ । କିଛି ଦୁର୍ବୁର୍ତ୍ତ ଭୋଟ ବାକ୍ସ ନେଇ ଚମ୍ପଟ ମାରିଥିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା ।

ଭଦ୍ରକ ବ୍ଲକ ଚଣ୍ଡୀଗାଁରେ କଡ଼ା ସୁରକ୍ଷା ମଧ୍ୟରେ ରିଂପୋଲିଂ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଭଦ୍ରକ ବ୍ଲକ ଚଣ୍ଡୀଗାଁର ଚାରୋଟି ବୁଥରେ ଦୁର୍ବୁତ୍ତ ମାନେ ଗଣ୍ଡଗୋଳ କରିବା ସହ ବୁଥ ଭିତରେ ପଶି ରେଗିଙ୍ଗ କରିଥିଲେ । ଏହି ଘଟଣାରେ ବିରୋଧୀ ବିଜେପି ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବା ପରେ ପୁଣି ଥରେ ଆଜି ରିଂପୋଲିଂ ହୋଇଛି ।

ସେହିପରି ବୁଥ ଭିତରେ ଏବଂ ବାହାରେ ସିସିଟିଭି କେମେରା ଲାଗିଥିବା ବେଳେ ଜ଼ିଲ୍ଲା ପୋଲିସ ପକ୍ଷରୁ ଦୁଇ ସେକ୍ସନ ପୋଲିସ ଫୋର୍ସ ରହିଥିଲେ ।

Comments are closed, but trackbacks and pingbacks are open.