Latest Odisha News

ଫୋକସରେ ମାଓ ଇଲାକାରେ ମତଦାନ, ସୁରକ୍ଷା ଦାୟିତ୍ୱରେ ୨୩୫ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ସୁରକ୍ଷିତ ଓ ଶୃଙ୍ଖଳିତ ମତଦାନ ଉପରେ ଫୋକସ୍ କରାଯାଉଛି । ରାଜ୍ୟର ମାଓ ଅଧ୍ୟୁଷିତ ଅଞ୍ଚଳରେ ବି ଆରମ୍ଭ ହୋଇଛି ମତଦାନ । ସେସବୁ ସ୍ଥାନରେ ସମ୍ବେଦନଶୀଳ ବୁଥ୍ ଉପରେ ପୋଲିସର କଡ଼ା ନଜର ରହିଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ଦାୟିତ୍ୱରେ ୩୭ହଜାର ୧୪୫ ପୋଲିସ ଅଛନ୍ତି । ୨୩୫ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । ଯେକୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ବ୍ୟାପକ ପୋଲିସ ବ୍ୟବସ୍ଥା ହୋଇଛି । ଫୋକସରେ ମାଓବାଦୀ ଅଞ୍ଚଳର ବୁଥ୍ ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ୨୨ହଜାର ୩୭୯ ବୁଥ୍ କରାଯାଇଛି । ସେଥିରୁ ୩ହଜାର ୩୫୭ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ସେସବୁ ବୁଥରେ ସୁରକ୍ଷା ଅଧିକ କଡ଼ାକଡ଼ି କରାଯାଇଛି । ବିଭିନ୍ନ ବୁଥରେ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

Comments are closed, but trackbacks and pingbacks are open.