Latest Odisha News

BREAKING NEWS

ରିୟାଙ୍କ ବ୍ଲଡ୍ ସାମ୍ପୁଲ ନେବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଆଗଉଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଡୁଆ ଭିତରେ ଫଶି ଚାଲିଛନ୍ତି ରିୟା ଚକ୍ରବର୍ତ୍ତୀ । ଏବେ ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ଲିଙ୍କ ସୂରାକ ମିଳିବା ପରେ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ରିୟାଙ୍କର ବ୍ଲକ ସାମ୍ପୁଲ୍ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।

ଡ୍ରଗ୍ସ ଲିଙ୍କ ଦିଗକୁ ନେଇ ତଦନ୍ତ କରିବା ପାଇଁ ଗତକାଲି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ଚିଠି ଲେଖିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହାପରେ ରିୟା ଓ ଅନ୍ୟ ଦୁଇ ଜଣଙ୍କ ନାଁରେ ମାମଲା ରୁଜୁ କରିଥିଲା ଏନସିବି ।

ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ହ୍ୱାଟସ ଆପ୍ ଚାଟକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ସେସବୁ ଚାର୍ଟକୁ ରିୟା ଡିଲିଟ କରି ଦେଇଥିବା କୁହାଯାଉଛି ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଆର୍ଥ ହେରଫେର ଦିଗର ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସିବିଆଇ ତଦନ୍ତ ଚଳାଇଥିବା ବେଳେ ଏବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରକୁ ଆସିଛନ୍ତି ରିୟା ଚକ୍ରବର୍ତ୍ତୀ ।

Leave A Reply

Your email address will not be published.