Latest Odisha News

BREAKING NEWS

କାଶ୍ମୀରର ତ୍ରାଲ ହେଲା ଆତଙ୍କବାଦୀମୁକ୍ତ : ଜମ୍ମୁ-କଶ୍ମୀର ପୋଲିସ

ଶ୍ରୀନଗର:ଜମ୍ମୁ-କାଶ୍ମୀରର ତ୍ରାଲ ଅଂଚଳ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ଶନିବାର ଆଇଜି (କଶ୍ମୀର ଜୋନ୍‌) ବିଜୟ କୁମାର କହିଛନ୍ତି । ଏକଦା ଦକ୍ଷିଣ କଶ୍ମୀରର ପୁଲୱାମା ଅଂଚଳକୁ ଆତଙ୍କବାଦୀଙ୍କ ସ୍ୱର୍ଗ କୁହାଯାଉଥିଲା । ବୁରହାନ ୱାନି ଓ ଜାକିର ମୁସା ପରି ଆତଙ୍କବାଦୀ ସ୍ଥାନୀୟ ଯୁବପିଢ଼ୀଙ୍କୁ ଭୁଲ ବାଟରେ ନେଇ ଆତଙ୍କବାଦୀ କରୁଥିଲେ । ଶୁକ୍ରବାର ଏଠାରେ ୩ ଆତଙ୍କବାଦୀକୁ ପୋଲିସ ମାରିଥିଲା ।

୧୯୮୯ରୁ ତ୍ରାଲରେ ଆତଙ୍କବାଦୀ ବିଶେଷ କରି ହିଜୁବୁଲ ମୁଜାହିଦ୍ଦିନ ସକ୍ରିୟ ଥିଲା । ୩୧ ବର୍ଷ ପରେ ପ୍ରଥମ ଥର ପାଇଁ ଏଠାରେ କୌଣସି ଘୋଷିତ ଆତଙ୍କବାଦୀ ନାହାନ୍ତି ବୋଲି ବିଜୟ କୁମାର କହିଛନ୍ତ । କେବଳ ଜୁନରେ ୪୬ ଆତଙ୍କବାଦୀ ପୋଲିସ ଗୁଳିରେ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.