Latest Odisha News

ରାଜ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ୧୦ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୬୨୬ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୨, କଟକରୁ ୨, ଗଞ୍ଜାମରୁ ୧, କଳାହାଣ୍ଡିରୁ ୧, ଖୋର୍ଦ୍ଧାରୁ ୧, ମୟୁରଭଞ୍ଜରୁ ୧ ଓ ସୁବର୍ଣ୍ଣପୁରରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…

  • ବାଲେଶ୍ୱରରୁ ଜଣେ ୬୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
  • ଭୁବନେଶ୍ୱରରୁ ଜଣେ ୬୨ ବର୍ଷ ବୟସ୍କ ଏବଂ ଆଉ ଜଣେ ୬୬ ବର୍ଷ ବୟସ୍କ ରହିଛନ୍ତି ।
  • କଟକରୁ ଜଣେ ୭୪ ଓ ୪୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
  • ଗଞ୍ଜାମରୁ ଜଣେ ୫୫ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
  • କଳାହାଣ୍ଡିରୁ ଜଣେ ୬୨ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଉଚ୍ଚ ରକ୍ତଚାପ ଓ ମଧୁମେହରେ ପିଡିତ ଥିଲେ ।
  • ଖୋର୍ଦ୍ଧାରୁ ଜଣେ ୬୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଛି ।
  • ମୟୁରଭଞ୍ଜରୁ ଜଣେ ୬୦ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ କିଡନୀ ଜନିତ ସମସ୍ୟାରେ ପିଡିତ ଥିଲେ ।
  • ସୁବର୍ଣ୍ଣପୁରରୁ ଜଣେ ୮୪ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
Leave A Reply

Your email address will not be published.