Latest Odisha News

BREAKING NEWS

ଆଜି ରାଜ୍ୟରୁ ୧୧୦୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଏବେ ସ୍ଥିର ରହିଛି । ହଜାରେରୁ ୧୫ ଶହ ଭିତରେ ରହୁଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଆଉ ୧୧ଶହ ୭ ପଜିଟିଭ୍ ବାହାରିଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୪୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୧ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ଆଉ ୧୩୦ ସଂକ୍ରମିତ ହୋଇଛନ୍ତି । ସେହିପରି ବାଲେଶ୍ୱରରୁ ୬୬, ଜଗତସିଂହପୁରରୁ ୫୩, ଯାଜପୁରରୁ ୫୨, କେନ୍ଦ୍ରାପଡ଼ାରୁ ୪୨, ମୟୂରଭଞ୍ଜରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଭିତରେ ରହିଛି ।

୧୩ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି । ଆଜି ବୌଦ୍ଧ ଜିଲ୍ଲାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ୨୪ ଘଣ୍ଟାରେ ରାଜ୍ୟରେ ୬୪ହଜାର ୮୦୨ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୭୦ ପ୍ରତିଶତ । ଆଉ ୬୭ ଜଣଙ୍କୁ ମିଶାଇ ରାଜ୍ୟରୁ କରୋନା ନେଲାଣି ୬ହଜାର ୬୯୭ ଜୀବନ ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୯୧ହଜାର ୧୮୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୭୩ହଜାର ୫୭୯ ଆକ୍ରାନ୍ତ । ଏବେ ରାଜ୍ୟରେ ୧୦ହଜାର ୮୫୩ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.