Latest Odisha News

BREAKING NEWS

ପାଗଳ ପ୍ରେମିକର ଉନ୍ମତ୍ତକାଣ୍ଡ: ଯୁବତୀଙ୍କ ଉପରେ ଫିଙ୍ଗିଲା ଏସିଡ୍

ଭୁବନେଶ୍ୱର: ପ୍ରେମରେ ବିଫଳ ହେବା ପରେ ପ୍ରେମିକର ନରକୀୟକାଣ୍ଡ । ଯୁବତୀଙ୍କ ଉପରେ ଫିଙ୍ଗିଲା ଏସିଡ୍ । ଏଭଳି ଅଭିଯୋଗ ଆସିଛି ଭୁବନେଶ୍ୱର ଧୁଳି ଥାନା ଅନ୍ତର୍ଗତ ବାଲିଆପଡ଼ା ଗାଁରୁ । ତାଙ୍କ ଶରୀରର କିଛି ଅଂଶ ଜଳିଯାଇଛି ।

ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ପ୍ରଥମେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏସିଡ୍ ଫିଙ୍ଗିବା ପରେ ଫେରାର୍ ଅଛି ଅଭିଯୁକ୍ତ ।

ଯୁବତୀଙ୍କ ଘର ନିମାପଡ଼ା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଯୁବତୀ ଓ ଅଭିଯୁକ୍ତ ଭିତରେ ସମ୍ପର୍କ ଥିଲା । ବର୍ଷେ ହେବ ତିକ୍ତତା ଲାଗି ରହିଥିଲା । ଗତକାଲି ସନ୍ଧ୍ୟାରେ ଦୁହେଁ ଧଉଳିକୁ ବୁଲିବାକୁ ଆସିଥିବା ।

କୌଣସି କାରଣକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ପରେ ଦୁର୍ବୃତ୍ତ ଯୁବତୀଙ୍କ ଉପରେ ଏସିଡ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି । ଅର୍ଥାତ ଅଭିଯୁକ୍ତ ପୂର୍ବରୁ ସାଙ୍ଗରେ ଏସିଡ୍ ନେଇ ଆସିଥିଲେ କି ? ଅଧିକ ତଦନ୍ତ ସହ ଅଭିଯୁକ୍ତକୁ ଧରିବାକୁ ଖୋଳତାଡ ଜାରି ରଖିଛି ଧଉଳି ଥାନା ପୋଲିସ ।

Leave A Reply

Your email address will not be published.