Latest Odisha News

BREAKING NEWS

ଆଜି ରାଜ୍ୟରୁ ୧୧୨ କରୋନା ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ତଳକୁ ତଳକୁ ଖସୁଛି କରୋନା କାୟା । ଶହେ ମୁହାଁ ଦୈନିକ କେସ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୧୨ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୬୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୫ଟି । ୧୮ ବର୍ଷ ଭିତରେ ଆଉ ୧୭ ଜଣ ପଜିଟିଭ୍ ବାହାରିଛନ୍ତି ।

୧୬ ଜିଲ୍ଲାରୁ ଆଜି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬, କଟକରୁ ୧୩ ଜଣ ସଂକ୍ରମିତ ହୋଇଛନ୍ତି । ବାକି ୧୪ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୫୩ହଜାର ୮୮୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୪୩ହଜାର ୭୮୨ । ଏବେ ରାଜ୍ୟରେ ୧୫ଶହ ୯୪ କୋଭିଡ୍ ଆକ୍ଟିଭ କେସ୍ ରହିଛି ।

Leave A Reply

Your email address will not be published.