Latest Odisha News

BREAKING NEWS

ରାଜ୍ୟରେ ୨ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ନିମ୍ନଗାମୀ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ତଳକୁ ଖସିଛି । ଚିହ୍ନଟ ହୋଇଛନ୍ତି ୧ହଜାର ୯୯୩ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୧୧ଶହ ୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୮୩୯ । ୬ ଜିଲ୍ଲାରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୨, କଟକରୁ ୨୯୭ ପଜିଟିଭ୍ ବାହାରିଛନ୍ତି । ବାଲେଶ୍ୱରରୁ ୧୮୧, ପୁରୀରୁ ୧୪୪, ଯାଜପୁରରୁ ୧୪୧, ମୟୂରଭଞ୍ଜରୁ ୧୧୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ରାଜ୍ୟରୁ ଆଉ ୬୩ ଜୀବନ ନେଇଛି । ମୋଟ୍ ମୃତ୍ୟୁସଂଖ୍ୟା ୪ହଜାର ୬୬୨କୁ ବୃଦ୍ଧି ପାଇଛି ।

୨୪ ଘଣ୍ଟାରେ ୭୨ ହଜାର ୭୫୪ କୋଭିଡ୍ ଟେଷ୍ଟ ହୋଇଛି । ରାଜ୍ୟରେ ପଜିଟିଭ୍ ହାର ରହିଛି ୨.୭୩ ପ୍ରତିଶତ । କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୪୧ହଜାର ୭୪୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୧୨ହଜାର ୪୬୩ ଆକ୍ରାନ୍ତ । ଏବେ ରାଜ୍ୟରେ ୨୪ହଜାର ୫୬୭ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.