Latest Odisha News

BREAKING NEWS

ଆଜି ରାଜ୍ୟର ୨୦ ଜିଲ୍ଲାରୁ ୮୨ ପଜିଟିଭ୍, ମୟୂରଭଞ୍ଜରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ବି ଆଜି ସାମାନ୍ୟ ବଢ଼ିଛି ଦୈନିକ କରୋନା କେସ । ଗତକାଲି ୬୫ ଜଣ ସଂକ୍ରମିତ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ଆଉ ୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୪ଟି । ୨୦ ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ଗତକାଲି ୧୩ ଜିଲ୍ଲାରୁ ପଜିଟିଭ୍ କେସ୍ ବାହାରିଥିଲା ।

ଗତ ୨୪ ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାକି ୧୯ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି । କରୋନା ମୁକ୍ତ ରହିଛି ମାଲକାନଗିରି ଓ ବୌଦ୍ଧ ଜିଲ୍ଲା ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୮ହଜାର ୪୦୫କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୫ହଜାର ୭୯୬ ଆକ୍ରାନ୍ତ । ଏବେ ରାଜ୍ୟରେ ୬୩୮ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.