Latest Odisha News

BREAKING NEWS

ଆଜି ଓଡ଼ିଶାରୁ ୮୯୧୪ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୨୫୮ ଆକ୍ରାନ୍ତ

ଭୁବନେଶ୍ୱର: ଦିନେ ପୂର୍ବରୁ ୧୦ ହଜାର ଡେଇଁଥିଲା ଦୈନିକ ସଂକ୍ରମଣ । କାଲି ୮ ହଜାରକୁ ଖସିଲା । ଆଜି ସଂଖ୍ୟା ପାଖାପାଖି ୯ହଜାର । ରାଜ୍ୟରେ ଏମିତି ସ୍ଥିତିରେ ରହିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୯୧୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫ହଜାର ୮୧ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୮୩୩ଟି ।

ଖୋର୍ଦ୍ଧାରେ ହଜାରେ ତଳକୁ ଖସୁନି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୧୨ଶହ ୫୮ । ସୁନ୍ଦରଗଡ଼ରେ ଟିକେ କମିଛି । ଜିଲ୍ଲାରୁ ୫୯୨ ପଜିଟିଭ୍ ବାହାରିଛନ୍ତି । ସେହିପରି କଟକରୁ ୫୮୭, ପୁରୀରୁ ୫୩୦, ବରଗଡ଼ରୁ ୪୫୨, ସମ୍ୱଲପୁରରୁ ୫୨୦, ନବରଙ୍ଗପୁର ଚିହ୍ନଟ ହୋଇଛନ୍ତି ୪୩୩ ନୂଆ ଆକ୍ରାନ୍ତ ।

ଭଦ୍ରକରୁ ୩୫୧, ଝାରସୁଗୁଡ଼ାରୁ ଆଉ ୩୦୪ ସଂକ୍ରମିତ ହୋଇଛନ୍ତି । ବାକି ଜିଲ୍ଲାରେ ତିନି ଶହ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୪ଲକ୍ଷ ୭୧ହଜାର ୫୩୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୯୭ହଜାର ୫୭୫ ଆକ୍ରାନ୍ତ । ଏବେ ରାଜ୍ୟରେ ୭୧ହଜାର ୮୩୫ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.