Latest Odisha News

BREAKING NEWS

ଭାଷା ଭାଗବତ : ପାରସ୍ପରିକ ସଂଶୋଧନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଯେ କହେ ‘ ଏହା ମୋର ଶୈଳୀ
ମୁଁ ସଦା ଲେଖେଁ ଏହି ଭଳି :
‘ ସମାସ୍ୟା, ସଚ୍ଚିତ୍ର, ଗାରିମା
ତୃଟୀ ଥେଲେ କରୀବେ ଖ୍ୟମା ‘

ତାହାର ହୁଏ ଯାହା ଇଚ୍ଛା
ସେ ଯଦି ଲେଖିବ ଅଇଛା
କିପରି ହେବ ସଂଶୋଧନ
କେ କରିପାରେ ଅନୁମାନ ?

ସୂଚାଇ ଦେଲେ ସୁଦ୍ଧା ତାକୁ
ମନ ନ କରେ ଲେଖିବାକୁ
‘ ସମସ୍ୟା, ସଚିତ୍ର, ଗରିମା
ତ୍ରୁଟି ଥିଲେ କରିବେ କ୍ଷମା ‘

ଅସଂଶୋଧନୀୟ ଲେଖକ
ହରାଂତି ବୁଦ୍ଧି ଓ ବିବେକ
ରଖଂତି ସ୍ବମତର ଟେକ
ହୁଅଂତିନାହିଁ ସାହିତ୍ୟିକ

ଯେ ଯାହା ଯେମିତି ଲେଖଂତି
ଭାଷାର ହୁଏନାହିଁ କ୍ଷତି
ଲେଖକ ବେପରୁଆ ଲୋକ
ବୁଝଂତି ଅନେକ ପାଠକ

ଭାଷାର ସ୍ଥିତିସ୍ଥାପକତା
ଯୋଗୁଁ ହିଁ ସଂଭବ ଶୁଦ୍ଧତା
ଘଟିଲେ ଅସଂଖ୍ୟ ପ୍ରମାଦ
ସମୟ କ୍ରମେ ହୁଏ ଶୁଦ୍ଧ

ଯେଉଁ ଲେଖକ ଯେଉଁ ପରି
ହୁଅଂତି ସ୍ବୀକୃତ ସେପରି
ଯାହା ଲେଖାରେ ଥାଏ ଭ୍ରାଂତି
ପାଠକେ ଏଡ଼ାଇ ରଖଂତି

ନିଜ କର୍ତବ୍ୟ ସଂପାଦନ
ବେଳେ ଦେଲେ ଟିକିଏ ଧ୍ୟାନ
ଲେଖାରେ ତ୍ରୁଟି ନ ଦିଶଂତା
ସ୍ପଷ୍ଟ ଓ ସରଳ ହୁଅଂତା

ପାରସ୍ପରିକ ସଂଶୋଧନ
କରଂତା ଉନ୍ନତି ବିଧାନ
ଲେଖା ହୋଇଲେ ତ୍ରୁଟିମୁକ୍ତ
ହୁଅଂତା ବେଶି ଲୋକାଦୃତ

Leave A Reply

Your email address will not be published.