Latest Odisha News

BREAKING NEWS

ଅଗଷ୍ଟରେ ହେବ ଓଟିଇଟି ପରୀକ୍ଷା, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ୨୦୧୯ ଲାଗି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପରୀକ୍ଷା ଅଗଷ୍ଟ ୧ମ ସପ୍ତାହରେ ଅନୁଷ୍ଠିତ ହେବାନେଇ ପରିଷଦ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଏହି ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ଲାଗି ଯୋଗ୍ୟ ବିବେଚିତ ପରୀକ୍ଷାର୍ଥୀମାନଙ୍କୁ ଅନଲାଇନ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ । ବିଏସଇର ଅଫିସିଆଲ୍ ୱେବ ସାଇଟ୍ ଦ୍ୱାରା ପରୀକ୍ଷାର୍ଥୀମାନେ ଜୁଲାଇ ୧୫ରୁ ଜୁଲାଇ ୨୬ ତାରିଖ ୫ଟା ପର୍ଯ୍ୟନ୍ତ ପରୀକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ । ଏହି ପରୀକ୍ଷା ଲାଗି ସମସ୍ତ ଦେୟ ଜୁଲାଇ ୧୯ ତାରିଖ ଦିନ ୪ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ପଇଠ କରିପାରିବେ ।

ସମସ୍ତ ପରିକ୍ଷାର୍ଥୀମାନେ ପେପର୍ ୧ ଏବଂ ପେପର୍ ୨ ଲାଗି ଅଲଗା ଆବେଦନ କରିବେ ।

ଯେଉଁମାନେ ପୂର୍ବରୁ ୨୦୧୮ରେ ଓଟିଇଟି ଲାଗି ପୂର୍ବରୁ ଆବେଦନ କରିଛନ୍ତି ସେମାନେ ପୁନର୍ବାର ନୂଆ ଆବେଦନ କରିବେ । ସେମାନେ ପୂର୍ବରୁ ଦେୟ ପଇଠ କରିଥିଲେ ପୁନର୍ବାର ପଇଠ କରିବେ ନାହିଁ ।

ଓଡ଼ିଶାର ବିଦ୍ୟାଳୟ ମାନଙ୍କରେ ୧ମରୁ ୮ମ ଶ୍ରେଣୀ ଯେଉଁମାନେ ଶିକ୍ଷାଦାନ କରିବେ ସେମାନଙ୍କୁ ଓଟିଇଟି ପରୀକ୍ଷାରେ ଉର୍ତ୍ତର୍ଣ୍ଣ ହେବା ଜରୁରୀ ।

ଏହି ପରୀକ୍ଷା ଦୁଇଟି ଲେବୁଲରେ ଅନୁଷ୍ଠିତ ହେବ: ଗୋଟିଏ ହେଉଛି ପ୍ରାଥମିକ ଲେବୁଲ୍ ଏବଂ ଅନ୍ୟଟି ହେଉଛି ଉଚ୍ଚ ପ୍ରାଥମିକ ଲେବୁଲ୍ ।

Leave A Reply

Your email address will not be published.