Latest Odisha News

BREAKING NEWS

ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା; SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା। ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ମିଳିଲା ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର SC/ST କୋର୍ଟ। SCERTର ନିଲମ୍ବିତ ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ। ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଗିରଫ ହୋଇଥିଲେ SCERTର ପୂର୍ବତନ ନିର୍ଦ୍ଦେଶକ। ତାଙ୍କ ସହିତ ୫ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ରାଜ୍ୟ ସରକାର। ତେବେ କଟକର ସ୍ବାତନ୍ତ୍ର ଏସସି/ଏସଟି କୋର୍ଟ ସର୍ତ୍ତମୂଳକ ଭାବେ ଜାମିନ ପ୍ରଦାନ କରିଛନ୍ତି।

ଚଳିତ ବର୍ଷ ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକରେ ଇତିହାସ, ସାଧାରଣ ଜ୍ଞାନ ଓ ଅନ୍ୟାନ୍ୟ ବିଷୟରେ ଅନେକ ତ୍ରୁଟି ସାମ୍ନାକୁ ଆସିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ବିବାଦ ସୃଷ୍ଟି ହୋଇଥିଲା । ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଜୁଲାଇ ୧୪ ତାରିଖରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ମାମଲାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (TE & SCERT)ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ (୫୭)ଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କରି ଜେଲକୁ ପଠାଇଥିଲା ।

ମନୋଜଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା । ଏହା ପରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଦଳ ମନୋଜଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା । ସେହି ଦିନ ଅପରାହ୍ନରେ ତାଙ୍କୁ କଟକ JMFC-3 କୋର୍ଟକୁ ଚାଲାଣ କରାଯାଇଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।

ମୁଦ୍ରଣ ପାଇଁ ପ୍ରସ୍ତୁତ ପାଣ୍ଡୁଲିପିକୁ ଯାଞ୍ଚ କରି ନଥିବା ଅଭିଯୋଗ:କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାରେ ହୋଇଥିବା ତଦନ୍ତରୁ ଜଣାପଡିଛି ଯେ, ମନୋଜ ପାଢୀ SCERT ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସମୟରେ ଆପରାଧିକ କାର୍ଯ୍ୟ କରିଥିଲେ । ସଞ୍ଜୟ NEP-୨୦୨୦ ଅନୁଯାୟୀ ପାଠ୍ୟପୁସ୍ତକ ପ୍ରସ୍ତୁତି ପ୍ରକ୍ରିୟାର ତଦାରଖ, ସମନ୍ୱୟ, ନିରୀକ୍ଷଣ ଏବଂ ଅନୁମୋଦନ ଦାୟିତ୍ୱରେ ଥିଲେ । ହେଲେ ସେ ତାଙ୍କ ଦାୟିତ୍ୱ ପାଳନ କରିବାରେ ଅବହେଳା କରିଥିଲେ । ଏପରିକି ମୁଦ୍ରଣ ପାଇଁ ପ୍ରସ୍ତୁତ ପାଣ୍ଡୁଲିପିଗୁଡ଼ିକୁ ଯାଞ୍ଚ ନକରି ପ୍ରକାଶନ ପାଇଁ ପଠାଇ ଦେଇଥିଲେ ।

Leave A Reply

Your email address will not be published.