Latest Odisha News

BREAKING NEWS

‘ଓଡ଼ିଶା ପାଇବ ବନ୍ଦେ ମେଟ୍ରୋ ଟ୍ରେନ, ମୋଦୀଙ୍କ ନେତୃତ୍ୱରେ ରେଲଓ୍ବେ ଭିତ୍ତିଭୂମି ସୁଦୃଢ଼ ହେଉଛି’

ଭୁବନେଶ୍ୱର: ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, ବନ୍ଦେ ଭାରତ, ଅମୃତ ଭାରତ ଏକ୍ସପ୍ରେସ୍ ଭଳି ନୂଆ ଟ୍ରେନ୍ ବନ୍ଦେ ମେଟ୍ରୋ ଟ୍ରେନ୍ ଓଡ଼ିଶା ପାଇବ। ଦଶପଲ୍ଲା ରେଲଓ୍ବେ ଷ୍ଟେସନର ଉଦଘାଟନ କରିବା ପୂର୍ବରୁ ଭୁବନେଶ୍ବର ରେଲଓ୍ବେ ଷ୍ଟେସନର ସମୀକ୍ଷା କରିବା ପରେ ଏହା କହିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।

ଅତୀତରେ ଓଡ଼ିଶାର ରେଳ ନେଟୱାର୍କ ମନ୍ଥର ଗତିରେ ବୃଦ୍ଧି ପାଉଥିଲା ଏବଂ ପ୍ରତିବର୍ଷ ମାତ୍ର ୫୦ କିଲୋମିଟର ନୂଆ ଟ୍ରାକ୍ ଯୋଡ଼ାଯାଉଥିଲା। ତେବେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସମ୍ପ୍ରସାରଣର ଗତି ଯଥେଷ୍ଟ ତ୍ୱରାନ୍ୱିତ ହୋଇଛି  ବୋଲି ସେ କହିଛନ୍ତି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଘୋଷଣା କରିଛନ୍ତି ଯେ ରାଜ୍ୟରେ ବାର୍ଷିକ ୪୫୦ କିଲୋମିଟର ନୂଆ ରେଳ ଲାଇନ ନିର୍ମାଣ ହୋଇଛି।

ବୈଷ୍ଣବ ଆଜି ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରିବା ସମୟରେ ଏହାକୁ ବିଶ୍ୱସ୍ତରୀୟ ସୁବିଧାରେ ପରିଣତ କରିବା ଉଦ୍ଦେଶ୍ୟରେ କାମ ଚାଲିଥିବା କହି ପ୍ରକଳ୍ପର ସମୀକ୍ଷା କରିଥିଲେ। ଗତବର୍ଷ ୪୫୦ କିଲୋମିଟର ନୂଆ ଟ୍ରାକ୍ ବିଛାଯାଇଥିବା ବେଳେ ଚଳିତ ବର୍ଷ ୪୫୦ କିଲୋମିଟର ରେଳ ପଥ ନିର୍ମାଣ ସରିଥିବା ବେଳେ ଏ ପର୍ଯ୍ୟନ୍ତ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ସେ କହିଥିଲେ।

ଏହାବ୍ୟତୀତ ବିଶ୍ୱସ୍ତରୀୟ ମାନର ଉନ୍ନତିକରଣ ପାଇଁ ଭାରତର ୫୭ଟି ରେଳଷ୍ଟେସନ ମଧ୍ୟରୁ ଓଡ଼ିଶାର ଭୁବନେଶ୍ୱର ରେଳ ଷ୍ଟେସନକୁ ଚୟନ କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ବୈଷ୍ଣବ ନବନିର୍ମିତ ଦଶପଲ୍ଲା ରେଳ ଷ୍ଟେସନକୁ ଉଦଘାଟନ କରିବା ସହ ଉଦ୍ ଘାଟନୀ ଟ୍ରେନ୍ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହା ଦ୍ୱାରା ଦଶପଲ୍ଲାକୁ ବ୍ୟାପକ ରେଳ ନେଟୱାର୍କକୁ ସଂଯୋଗ କରି ନିୟମିତ ଯାତ୍ରୀ, ଏକ୍ସପ୍ରେସ୍ ଏବଂ ମେମୁ ଟ୍ରେନ୍ ସେବା ଆରମ୍ଭ ହୋଇଛି।

Leave A Reply

Your email address will not be published.