Latest Odisha News

BREAKING NEWS

ଦ୍ଵନ୍ଦ ଭିତରେ ଡ୍ରାଇଭର ସଂଘ ଆନ୍ଦୋଳନ, ପରିବହନ ବିଭାଗର ହଁ କିନ୍ତୁ ଡ୍ରାଇଭର କହୁଛନ୍ତି କିଛି ଅଲଗା କଥା

ଭୁବନେଶ୍ଵର: ଦ୍ଵନ୍ଦ ଭିତରେ ଡ୍ରାଇଭର ସଂଘ ଆନ୍ଦୋଳନ । ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ଘୋଷଣାରେ ଟ୍ୱିଷ୍ଟ । ଓଡ଼ିଶାରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ନେଇ ପରିବହନ କମିଶନର ଅମିତାଭ ଠାକୁର ସୂଚନା ଦେଇଥିବାବେଳେ ସ୍ଥଗିତ ରଖାଯିବା ସମ୍ପର୍କରେ ଆମେ କିଛି ଜାଣିନୁ ଓ ଆନ୍ଦୋଳନ ଜାରି ରହିବ ବୋଲି ଡ୍ରାଇଭର ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଡ୍ରାଇଭର ଏକତା ମହାମଞ୍ଚ ସଦସ୍ୟ ଆଦିତ୍ୟ ବେହେରା ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଯେଉଁସବୁ ଦାବି ରହିଥିଲା ସେ ବାବଦରେ ସକରାତ୍ମକ ଭାବେ ଆଲୋଚନା ହୋଇଛି । ତେଣୁ ବୈଠକ ପରେ ଆନ୍ଦୋଳନକୁ ସ୍ଥଗିତ ରଖିବା ପାଇଁ ଡ୍ରାଇଭର ସଂଘ ରାଜି ହୋଇଥିବା କଥା କହିଛନ୍ତି ପରିବହନ କମିଶନର । ସେପଟେ କିନ୍ତୁ ଡ୍ରାଇଭର ସଂଘ କହିଛି ଯେ, ପରିବହନ କମିଶନର କାହା ସହ ଆଲୋଚନା କରି ଆନ୍ଦୋଳନକୁ ସ୍ଥଗିତ ରଖାଯିବା ସମ୍ପର୍କରେ ଘୋଷଣା କରିଛନ୍ତି ଆମେ ତାହା ଜାଣିନୁ । ଆନେ୍ଦାଳନ ସ୍ଥଗିତ ରହିବା ସମ୍ପର୍କରେ ଆମ ରାଜ୍ୟ ସଭାପତି କିଛି କହିନାହାନ୍ତି । ସଭାପତି ନକହିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ।

Leave A Reply

Your email address will not be published.