Latest Odisha News

BREAKING NEWS

ଅକ୍ଟୋବର ୧୦ରୁ ରାଜ୍ୟ ସ୍ତରୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ପ୍ରତିଯୋଗିତା

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ପାଇଁ ଆନ୍ତଃ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ଯକ୍ରମ ପ୍ରତିଯୋଗିତା ପାଇଁ ରାଜ୍ୟ ସରକାର ତାରିଖ ଘୋଷଣା କରିଛନ୍ତି। ଏହି ପ୍ରତିଯୋଗିତା ଅକ୍ଟୋବର ୧୦ରୁ ଆରମ୍ଭ ହେବ। ସମସ୍ତ ରାଜ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବେ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ଟିମ୍ ଓ୍ବାର୍କ, ସାଂସ୍କୃତିକ ପ୍ରତିଭାକୁ ପ୍ରୋତ୍ସାହିତ କରିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ। ଏହି ପ୍ରତିଯୋଗିତା ତିନିଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଗୋଟିଏ ଶିକ୍ଷାନୁଷ୍ଠାନ ସ୍ତର ପରେ ବିଶ୍ୱବିଦ୍ୟାଳୟ ସ୍ତର ଏବଂ ପରେ ରାଜ୍ୟ ସ୍ତରରେ ଯାହା ଚୂଡ଼ାନ୍ତ।

ଅନୁଷ୍ଠାନ ସ୍ତରରେ ଅକ୍ଟୋବର ୧୦ରୁ ୧୫ ତାରିଖ ଯାଏଁ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅନୁଷ୍ଠାନ ସ୍ତରରୁ ବିଜେତାମାନେ ନଭେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ବିଶ୍ବବିଦ୍ୟାଳୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପରେ ବିଶ୍ୱବିଦ୍ୟାଳୟସ୍ତରରୁ ବିଜେତାମାନେ ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଉଭୟ କ୍ରୀଡ଼ା, ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗ ନେବେ। ପ୍ରତି ଉଚ୍ଚ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟର ନିଜସ୍ୱ ଚୟନ ପ୍ରକ୍ରିୟା ରହିବ ଯାହା ପରବର୍ତ୍ତୀ ସ୍ତରର ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରତିନିଧି ନିର୍ଦ୍ଧାରଣ କରିବ। ରାଜ୍ୟ ସରକାର ଏହି ପ୍ରତିଯୋଗିତା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ ବିଶ୍ୱବିଦ୍ୟାଳୟସ୍ତରୀୟ ବୈଠକର ସମସ୍ତ ଖର୍ଚ୍ଚ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ବହନ କରିବ ବୋଲି ସମସ୍ତ ବିଶ୍ବବିଦ୍ୟାଳୟଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ମୌସୁମୀ ନାୟକ।

କଳାହାଣ୍ଡି ବିଶ୍ବବିଦ୍ୟାଳୟର କୁଳପତି ସଞ୍ଜୟ କୁମାର ଶତପଥୀ ଏହି ପ୍ରତିଯୋଗିତା ଘୋଷଣାକୁ ସ୍ୱାଗତ କରିବା ସହ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫିଟନେସକୁ ପ୍ରୋତ୍ସାହିତ କରିବା ସହ ସାଂସ୍କୃତିକ ଭାବନାର ବିକାଶ କରିବ ବୋଲି କହିଥିଲେ।

Leave A Reply

Your email address will not be published.