Latest Odisha News

BREAKING NEWS

ମୋବାଇଲ ଫେରାଇବାକୁ ମେଳାର ଆୟୋଜନ, ଗହଣା ଚୋରକୁ ଖୋଜିବ କିଏ?

ଭୁବନେଶ୍ୱର: କମିଶନରେଟ ପୋଲିସ, ରାଜଧାନୀବାସୀଙ୍କ ସୁରକ୍ଷା ପାଇଁ ଅହରାତ୍ର ଜଗିଛି । କିନ୍ତୁ ବିଡମ୍ବନାର କଥା ଏଠି ବିଚ ରାସ୍ତାରେ ଛିନତାଇ, ବନ୍ଧୁକ ମୁନରେ ଲୁଟ ହେଉଛି । ହେଲେ ଏହି ପୋଲିସ ବଡ ଚୋରକୁ ଧିରିବାର ଯେତିକି ସଫଳ ହୋଇନି ତାଠୁ ଅଧିକ ଛୋଟ ଚୋରକୁ ଧରିବାରେ ସଫଳ।

ମଙ୍ଗଳବାର ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାର ଡି.ସି.ପିଙ୍କ କାର୍ଯ୍ୟାଳୟରେ ପୁଲିସ କମିଶନର ଭୁବନେଶ୍ୱର ଓ କଟକ ଏବଂ ଡି.ସି.ପି, ଭୁବନେଶ୍ୱରଙ୍କ ଉପସ୍ଥିତିରେ ଏକ ମୋବାଇଲ୍ ଫୋନ୍ ହସ୍ତାନ୍ତର ମେଳାର ଆୟୋଜନ କରାଯାଇ ସହିଦନଗର, କ୍ୟାପିଟାଲ, ଖଣ୍ଡଗିରି, ଭରତପୁର, ଚନ୍ଦକା, ଧଉଳି, ବଡଗଡ, ଲକ୍ଷ୍ମୀସାଗର, ମଞ୍ଚେଶ୍ଵର, ଏୟାରଫିଲ୍ଡ, ଜଟଣୀ, ଚନ୍ଦ୍ରଶେଖରପୁର ଓ ନୟାପଲ୍ଲୀ ଥାନାରେ ଚୋରୀ ହୋଇଥିବା ତଥା ହଜିଯାଇଥିବା ୮୬ଗୋଟି ଏବଂ ଓସିପିଓ ସେଲ ତରଫରୁ ୬ଗୋଟି ମିଶି ସର୍ବମୋଟ ୯୨ଗୋଟି ମୋବାଇଲ୍ ଫୋନ ଉଦ୍ଧାର କରାଯାଇ ଅଭିଯୋଗକାରୀ ତଥା ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି ।

ଡି.ସି.ପି ଙ୍କ କାର୍ଯ୍ୟାଳୟରେ ଗଠିତ ଟିମ୍-୬୦ ଚୋରୀ, ଛିନତାଇ ଓ ହଜିଥିବା ମୋବାଇଲ୍ ଗୁଡ଼ିକୁ ରଖିଥିବା ଅଭିଯୁକ୍ତଙ୍କ ପାଖରୁ ଉଦ୍ଧାର କରି ଫେରସ୍ତ କରିଛି। ଏହି ହସ୍ତାନ୍ତର ମେଳାରେ ମୋବାଇଲ ଗୁଡିକର ମାଲିକ ମାନେ ସେମାନଙ୍କ ମୋବାଇଲ ଗୁଡିକୁ ପାଇବା ସହ ଆନନ୍ଦ ଅନୁଭବ କରିବା ସହ ଭୁବନେଶ୍ୱର ସହରାଞ୍ଚଳ ପୁଲିସର ଭୂୟସୀ ପ୍ରଶଂସା କରିଥିଲେ। ଯାହାକୁ କମିଶନରେଟ ପୋଲିସ ମୁଖିଆ ସୌମେନ୍ଦ୍ର ପ୍ରିୟଦର୍ଶୀ ବିଭିନ୍ନ ମିଡିଆରେ ପ୍ରତିକ୍ରିୟା ଦେବା ବେଳେ ବେଶ୍ ଖୁସି ପ୍ରକଟ କରିଛନ୍ତି ।

କିନ୍ତୁ ପ୍ରଶ୍ୱ ଉଠୁଛି କମିଶନରେଟ ପୋଲିସ ଆଖିରେ ବଡ ଲୁଟେରା କାହିଁକି ଧରା ପଡୁନାହାନ୍ତି । ସଲା ସୁତୁରାରେ ଏମାନେ ଖସି ଯାଉଛନ୍ତି ନା ଆଉ କିଛି କାରଣ ରହିଛି । ନୂଆ ଡିସିପି ପ୍ରତିକ ସିଂହ ଯୋଗ ଦେବା ପରେ ଆରମ୍ଭ କରିଛନ୍ତି ଏନବିଡବ୍ଲୁ ଜାରି ହୋଇଥିବା ଅପରାଧୀଙ୍କୁ ଖୋଜି ଆଣି ଜେଲରେ ପୁରାଇବାକୁ । ଆଉ ଏହା କରି କିଛି ମାତ୍ରାରେ ସଫଳ ହୋଇଛନ୍ତି । କିନ୍ତୁ ପ୍ରତିକଙ୍କ ପୂର୍ବରୁ ଯେଉଁ ପୋଲିସ ଅଧିକାରୀ ମାନେ ଏହି ଚୌକିରେ ବସିଥିଲେ ସେମାନଙ୍କ ସମୟରେ ଏହି ଏନବିଡବ୍ଲୁ ଜାରି ହୋଇଥିବା ଅପରାଧୀ କିପରି ରାଜଧାନୀ ରାସ୍ତାରେ ଖୋଲାମେଲା ହୋଇ ବୁଲୁଥିଲେ। ଆଉ ଏବେ ପ୍ରତିକ ଆସିବା ପରେ କେମିତି ଧରାପଡିଲେ । ଏହା ଅପରାଧୀ ଏବଂ ନିର୍ଦ୍ଦିଷ୍ଟ ପୋଲିସ ମଧ୍ୟରେ ଏକ ଡିଲକୁ ସୂଚାଉନି ତ?

ସେହିପରି ନିକଟରେ ଖଣ୍ଡଗିରି ଥାନା ଅଧିନରେ ଗହଣୀ ଦୋକନା ଭାଙ୍ଗୁ ଲୁଟ ହେବା, ରାତି ଅଧରେ ବେଆଇନ୍ ଚାଲାଣ ଆଦି, ସେହିପରି ଖଣ୍ଡଗିରି ଥାନାରେ ଶାସକ ଦଳର ବିଧାୟକଙ୍କ ନାଁରେ ମହିଳା ଅଭିଯୋଗ କରିବା ବେଳେ ପୋଲିସର ହାତ କାହିଁକି ଛୋଟ ହୋଇଯାଉଛି ?

ଗତ ମାସ ମାର୍ଚ୍ଚ ୧୬ରେ ଜାଆଳା ସାଗରିକା ଜୁଏଲର୍ସରୁ ମଧ୍ୟ ୨୦ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ ଦୁଇ ବନ୍ଧୁକ ଧାରି ଲୁଟେରା। ପୁର୍ବରୁ ଲକ୍ଷ୍ମୀସାଗରରେ ଗତ ୨୨ଜାନୁଆରୀରେ ଏକ ଗହଣା ଦୋକାନରୁ ୧୪ଲକ୍ଷ ଟଙ୍କାର ଗହଣା ନେଇ ଚମ୍ପଟ ମାରିଥିଲେ ଦୁଇ ଲୁଟେରା।

୬ ଡିସେମ୍ବର ୨୦୨୧ରେ ଡେଲଟା ଛକରୁ ଲକ୍ଷ୍ମୀନାରୟଣ ଦୋକାନରୁ ସଟର ତାଡି ଲୁଟ କରିଥିଲେ ୭୦ଲକ୍ଷ ଟଙ୍କାର ଗହଣା । ଏନେଇ ପୋଲିସ କମିସନରଙ୍କୁ ଗହଣା ଦୋକାନ ଲୁଟ ସମ୍ପର୍କରେ ପଚାରିବାରୁ କିଛି ଘଟଣା ଅସମାହିତ ହୋଇଥାଏ କହି ସେତେବେଳେ କଥାକୁ ଟାଳିଦେଇଥିଲେ ।

Leave A Reply

Your email address will not be published.