Latest Odisha News

ଓଡିଶାରୁ ହେଉଛି ସବୁଠୁ ଅଧିକ ମହିଳା ଓ ଶିଶୁ ଚାଲାଣ

ପୁରୀ: ଓଡିଶାରୁ ସର୍ବାଧିକ ମହିଳା ଓ ଶିଶୁ ଚାଲାଣ ହେଉଛି । ଆଜି ପୁରୀରେ ଆୟୋଜିତ ‘ମାନବ ଚାଲାଣ’ ସମ୍ପର୍କିତ ସଚେତନତା କର୍ମଶାଳାରେ କିଛି ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି, ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରାହତକର । ଖାଲି ସେତିକି ନୁହେଁ, ଯେଉଁମାନଙ୍କୁ ବି ଉଦ୍ଧାର କରାଯାଉଛି, ସେହି ମହିଳାମାନଙ୍କୁ ଠିକ୍ ଭାବେ ଥଇଥାନ କରୁଯାଉନାହିଁ ବୋଲି ସେ ଅଭିଯୋଗ ବି କରିଛନ୍ତି ।

ଅଧ୍ୟକ୍ଷାଙ୍କ କହିବାନୁଯାୟୀ, କରୋନା ପରେ ମହିଳା ଚାଲାଣ ବଢ଼ିଛି । ଏଥିରେ ଓଡ଼ିଶା ସମେତ ୪ ରାଜ୍ୟରେ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ରେଳ ଗାଡ଼ି ମାନବ ଚାଲାଣର ମୁଖ୍ୟ ମାଧ୍ୟମ ପାଲଟୁଛି । ରାଜ୍ୟ ସରକାର ତୁରନ୍ତ ଉଦ୍ଧାର, ଥଇଥାନ, ଶିକ୍ଷାଦାନ ବ୍ୟବସ୍ଥା କରନ୍ତୁ ବୋଲି ପରାମର୍ଶ ଦେିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା । ଏହା ବ୍ୟତୀତ ବାଲ୍ୟ ବିବାହ ସଂପୂର୍ଣ୍ଣ ରୋକାଯାଉ ବୋଲି ମତ ରଖିଛନ୍ତି ।

ଅନ୍ୟପଟେ ଓଡ଼ିଶାରୁ ଚାଲାଣ ହୋଇଥିବା ମହିଳାଙ୍କୁ ଉଦ୍ଧାର ପାଇଁ ସ୍ବତନ୍ତ୍ର ଦଳ ଝାନ୍‌ସୀ ଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା।

Comments are closed.