Latest Odisha News

BREAKING NEWS

ନବୀନ ନିବାସରେ ନୀତିଶ କୁମାର, ଏୟାରପୋର୍ଟରୁ ସିଧା ଗଲେ ଭେଟିବାକୁ…

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ନବୀନ ନିବାସ ଯାଇଛନ୍ତି । ନବୀନ ନିବାସରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଆଲୋଚନା କରୁଛନ୍ତି ନୀତିଶ କୁମାର ।

Nitish Kumar Arrives In Bhubaneswar For ‘Luncheon’ With Naveen Patnaik Amid Opp Unity Buzz

ସୂଚନା ଅନୁସାରେ, ୨ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ଏକାଠି ମଧ୍ୟାହ୍ନ ଭୋଜନ କରିବେ । ପ୍ରାୟ ଘଣ୍ଟାଏ ଧରି ବିଭିନ୍ନ ପ୍ରସଙ୍ଗ ଏବଂ ରାଜନୈତିକ ଚର୍ଚ୍ଚା କରିବେ ନୀତିଶ ଓ ନବୀନ । ନୀତିଶ ପ୍ରାୟ ଦିନ ୧୨ଟା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସିଧା ନବୀନ ନିବାସକୁ ଯାଇଥିଲେ ।

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଦଳ ଓ ନେତାଙ୍କୁ ଭେଟି ଏକାଠି କରିବାକୁ ପ୍ରୟାସ କରୁଛନ୍ତି ନୀତିଶ କୁମାର । ଏନଡିଏ ଓ ୟୁପିଏ ଠାରୁ ସମଦୂରତ୍ୱ ରଖୁଥିବା ବିଜେଡି ନବୀନଙ୍କୁ ନୀତିଶ ଭେଟିଲା ପରେ କେଉଁ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।

Nitish Kumar Arrives In Bhubaneswar For ‘Luncheon’ With Naveen Patnaik Amid Opp Unity Buzz

ତୃତୀୟ ସାମ୍ମୁଖ୍ୟ ଠାରୁ ମଧ୍ୟ ଶାସକ ବିଜେଡି ଦୂରେଇ ରହିଛି । ତେବେ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରର ମୋଦି ସରକାରଙ୍କୁ ନବୀନଙ୍କ ନେତୃତ୍ୱାଧିନ ବିଜେଡି ବିଭିନ୍ନ ପ୍ରସଙ୍ଗରେ ୨୦୧୯ ପର ଠାରୁ ସମର୍ଥନ ଯୋଗାଇ ଆସୁଛି । ଯେତେବେଳେ କି ରାଜ୍ୟ ବିଜେପି ବିଭିନ୍ନ ସମୟରେ ରାଜ୍ଯ ସରକାରଙ୍କୁ ସମାଲୋଚନା କରି ଆସୁଛି ।

Leave A Reply

Your email address will not be published.