Latest Odisha News

BREAKING NEWS

‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ସ୍ଥାନ ପାଇଲା ଓଡିଶାର ଛେନା ପୋଡ

ଭୁବନେଶ୍ୱର: ଭାରତର ଏକତା ତଥା ଅଖଣ୍ଡତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ‘ଏକ ଭାରତ ଶ୍ରଦ୍ଧା ଭାରତ’ ଅଭିଯାନରେ ଓଡିଶାର ସ୍ୱତନ୍ତ୍ର ମିଠା ‘ଛେନା ପୋଡ’ ସ୍ଥାନ ପାଇଛି। ଯାହା ଓଡିଶା ପାଇଁ ଏକ ଗୌରବମୟ କଥା ।

ଏନେଇ ରବିବାର ଦିନ ପିଆଇବି ଇଣ୍ଡିଆ ଟୁଇଟ୍ କରିଛି । ଏହି ଟ୍ୟାଗଲାଇନ୍ ଅନ୍ତର୍ଗତ ଲୋକଙ୍କୁ ଭାରତର ପୂର୍ବ ଭାଗରୁ ଆସିଥିବା ଏହି ସ୍ୱତନ୍ତ୍ର ମିଠା ଖାଇବା ସହ ଏହାର ସ୍ୱାଦ ଏବଂ ସୁଗନ୍ଧକୁ ପରୀକ୍ଷା କରିବାକୁ କହିଛି, ଏକ ସହର ଯାହା ଭଲ ଖାଏ, ଭଲ ଆୟୋଜନ କରେ, ଏହାର ପ୍ରସ୍ତୁତି ବିଷୟରେ ବିସ୍ତୃତ ବିବରଣୀ ଦେଇଥାଏ ବୋଲି ଉଲ୍ଳେଖ ରହିଛି ଟ୍ୱିଟରେ ।

ମହାରାଷ୍ଟ୍ରର ‘ଭେଲପୁରୀ’ ସହିତ ‘ଛେନା ପୋଡା’ ମଧ୍ୟ ସ୍ଥାନ ପାଇଛି।

ଏହା ପୂର୍ବରୁ କେରଳର ‘ଆପାମ’ ଏବଂ ହିମାଚଳ ପ୍ରଦେଶର ‘ସିଦ୍ଦୁ’ ବିଷୟରେ ଏହି ଟ୍ୟାଗଲାଇନରେ ଟୁଇଟ୍ କରାଯାଇଥିଲା।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୦ ତମ ଜନ୍ମ ବାର୍ଷିକୀ ଅବସରରେ ଅକ୍ଟୋବର ୩୦, ୨୦୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଭିଯାନ ଘୋଷଣା କରିଥିଲେ। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସଂସ୍କୃତି, ପରମ୍ପରା ଏବଂ ଅଭ୍ୟାସ ବିଷୟରେ ଜ୍ଞାନ ଆହରଣ କରିବା ଲାଗି ଏହା ଏକ ଅଭିନବ ପଦକ୍ଷେପ।

Leave A Reply

Your email address will not be published.