Latest Odisha News

BREAKING NEWS

ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ

କଟକ : ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ ଅଫଲାଇନ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ ପ୍ରକ୍ରିୟା । ୯ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା । ୭ଟି ଜିଲ୍ଲାର ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ଖାତା ମୂଲ୍ୟାୟନ ହେବ ବୋଲି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ ।

କଟକ, ଯାଜପୁର, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୂଲ୍ୟାୟନ କରାଯିବା ନେଇ ସୂଚନା ଦେଇଛି ବୋର୍ଡ । ତିନି ଦିନରେ ମୂଲ୍ୟାୟନ ପ୍ରକ୍ରିୟାକୁ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ ମୋଟ ୧୫୦୦ ଶିକ୍ଷକ ଶିକ୍ଷୟିତ୍ରୀ । ଚଳିତ ମାସ ୧୦ ତାରିଖରେ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚିବେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ । କୋଭିଡ ଗାଇଡଲାଇନ୍ ଅନୁସାରେ, ଚଳିତ ମାସ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମୂଲ୍ୟାୟନ ପ୍ରକ୍ରିୟା । ଗତ ୩୦ ତାରିଖରୁ ରାଜ୍ୟରେ ମାଟ୍ରିକ ଅଫଲାଇନ ପରୀକ୍ଷା ଆରମ୍ଭ ହୋଇଛି ।

Leave A Reply

Your email address will not be published.