Latest Odisha News

BREAKING NEWS

ବସ ଚକା ତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ, ଘଟଣାସ୍ଥଳରେ ଚାପା ଉତ୍ତେଜନା 

ପୁରୀ : ମାଳତୀପାଟପୁର ନିକଟ ଅଗ୍ନି ଢାବା ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି  । ମୃତକ ହେଉଛନ୍ତି ପୁରୀ ସର୍ବୋଦୟ ନଗରର ପ୍ରଭାକର ମିଶ୍ର  । ସୂଚନା ଅନୁଯାୟୀ, ଆଜି ଦିନ ୧.୩୦ ସମୟରେ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଥିଲା  ।

ତେବେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମରାମତି ପାଇଁ ରାସ୍ତା ଖୋଳିଦେଇଥିବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ । ପ୍ରଭାକରଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବସ୍‌ ଜବତ କରି ଅଧିକ ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.