Latest Odisha News

BREAKING NEWS

ପ୍ରଶ୍ନଥିଲା ଶାହାରୁଖ ବଦଳରେ ନାଁ ଶେଖର ରାଧାକୃଷ୍ଣ ହୋଇଥିଲେ ? କିଙ୍ଗ ଖାନଙ୍କ ଉତ୍ତର ହୃଦୟ ଛୁଇଁଗଲା

ମୁମ୍ବାଇ: ଅପକମିଂ ଫିଲ୍ମ ପଠାନକୁ ନେଇ ଏବେ ବେଶ ଚର୍ଚ୍ଚାରେ କିଙ୍ଗଖାନ ଶାହରୁଖ  । ବିଶେଷ କରି ମୁଭିର ‘ବେସରମ ରଙ୍ଗ’ ଗୀତକୁ ନେଇ ସବୁଆଡେ ପ୍ରତିବାଦର ସୁଅ । ଏହି ଗୀତକୁ ଅକ୍ଳୀଳ ବୋଲି କହି ଏହାକୁ ହଟାଇବା ପାଇଁ ଦାବି କରିଛନ୍ତି ଅନେକ ହିନ୍ଦୁ ସଂଗଠନ । ନ ହେଲେ ଫିଲ୍ମକୁ ରିଲିଜ କରିବାକୁ ଦେବେ ନାହିଁ ବୋଲି ଚତୋବନୀ ଦେଇିଛନ୍ତି । ଏମିତି ବିବାଦ ଚାଲିଥିବାବେଳେ ଶାହରୁଖଙ୍କ ଏକ ପୁରୁଣା ଭିଡିଓ ସାମ୍ନାକୁ ଆସୁଛି । ଭିଡିଓଟି ଭାଇରାଲ ହୋଇଛି । ପୁରୁଣା ହେଲେ ବି  ଚାଲିଥିବା ଏଇ ବିବାଦର ଏକ  ସୁନ୍ଦର ଜବାବ  । ଭିଡିଓଟି ୟୁଜର୍ସଙ୍କ ହୃଦୟ କିଣି ନେଉଛି ।

ଏହି ଭିଡିଓରେ ଶାହରୁଖଙ୍କୁ ପ୍ରଶ୍ନ କରାଯାଇଛି, ଯଦି ମୁଁ ହିନ୍ଦୁ ହେଇଥାନ୍ତି ଏବଂ ମୋର ନାଁ ଶେଖର କୃଷ୍ଣ ହୋଇଥାନ୍ତା.. । ଏହି ପ୍ରଶ୍ନ ଭିତରେ ଶାହରୁଖ ଖାଁ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଛି ।
ଶାହରୁଖଙ୍କୁ ପଚରାଗଲା, ଆପଣ ଜଣେ ମୁସଲିମ । ଯଦି ଆପଣଙ୍କ ନାଁ ଏସକେ ବଦଳରେ ଶେଖର କୃଷ୍ଣ ହୋଇଥାନ୍ତା ..? ଏତିକି କହୁ କହୁ ଶାହରୁଖ ତୁରନ୍ତ ପାଲଟା ପ୍ରଶ୍ନ କରିଥିଲେ, ଶେଖର କୃଷ୍ଣ ନୁହେଁ, ଶେଖର ରାଧା କୃଷ୍ଣ ( SRK)  । ବାସ୍ ଶାହରୁଖଙ୍କର ଏହି କଥାରେ ଉପସ୍ଥିତ ଲୋକ ସ୍ତବ୍ଧ ହୋଇ ଯାଇଥିଲେ ।

ସୋସିଆଲ ମିଡିଆରେ ଏହି ପ୍ରଶ୍ନର ଉତ୍ତରରେ ଶାହରୁଖ କହିଥିଲେ, ଯଦି ସେ ଅଲଗା ସମୁଦାୟର ହୋଇଥାନ୍ତେ, ତେବେ ବି ତାଙ୍କୁ କିଛି ଫରକ ପଡ଼ି ନ ଥାନ୍ତା । ସେ କହିଥିଲେ, ‘ମୋତେ ଲାଗୁନି କିଛି ଫରକ ପଡ଼ିଥାନ୍ତା । ମୋତେ ଲାଗେ, କଳାକାରଙ୍କର ପ୍ରବୃତ୍ତି ଟିକେ ଅଲଗା । ତେଣୁ କିଏ କେଉଁ ସଂପ୍ରଦାୟର ବା ସମୁଦାୟର.. ଏହା ଉପରେ ଆପଣ ବିଚାର କରନ୍ତୁ ନାହିଁ । ଆପଣ ଏହାକୁ (କଳାକୁ) ପସନ୍ଦ କରିନ୍ତି ବା କରନ୍ତି ନାହି ଫରକ ପଡେନି । ଆପଣ ମୋତେ ଯେଉଁ ନାଁରେ ବି ଡାକନ୍ତୁ, ମୁଁ ଏବେ ବି ସେତିକି ସୁଇଟ ଲାଗିବି ।’

ଆଜିକାଲି ପଠାନ ମୁଭିର ଏକ ଗୀତ ବେସରମ ରଙ୍ଗକୁ ନେଇ ଖୁବ ବିବାଦ ଛିଡା ହୋଇଛି । ଏହି ଗୀତରେ ଦୀପିକା ପାଦୁକନଙ୍କ ପୋଷାକ ଏବଂ ଡ୍ୟାନ୍ସ ପାଇଁ ମୁଭିକୁ ଅଶ୍ଳୀଳ କୁହାଯାଇଛି । ଏପରିକି ଏହାର ରଙ୍ଗକୁ ନେଇ ଧର୍ମସହ ଯୋଡି ଦେଲେଣି । ସୋସିଆଲ ମିଡିଆରେ ଆଜିକାଲି #BoycottPathaan ଟ୍ରେଣ୍ଡ କରୁଛି ।

Leave A Reply

Your email address will not be published.