Latest Odisha News

BREAKING NEWS

ପରଦାକୁ ପୁଣି କମବ୍ୟାକ୍ କରୁଛନ୍ତି ଅମ୍ଲାନ୍ ଓ ଶ୍ରଦ୍ଧା ଯୋଡି

ଭୁବନେଶ୍ୱର: ଅନେକ ଦିନ ପରେ ପୁଣି ଏକାଠି ସ୍କ୍ରିନ୍ ଶେୟାର କରିବାକୁ ଯାଉଛନ୍ତି ଓଲିଉଡ ଅଭିନେତା ଅମ୍ଲାନ୍ ଓ ଚୁଲବୁଲି ଶ୍ରଦ୍ଧା । ତାଙ୍କ ଅଭିନିତ ଓଡିଆ ଫିଲ୍ମ ‘ରାଜା ସାହେବ’ର ସୁଟିଂ ଓଡିଶାର ବିଭିନ୍ନ ସ୍ଥାନରେ ଜାରି ରହିଛି ।

‘ରୁଦ୍ରାଲି ଫିଲ୍ମସ୍’ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ଭର୍ସାଟାଇଲ୍ ଅଭିନେତା ମିହିର ଦାସ ଓ ମନୋଜ ମିଶ୍ର ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି । ଏଥିରେ ପ୍ରଯୋଜକ ଭାବେ ଶ୍ରୀକାନ୍ତ ଦାସ ରହିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ରାଜା ଡି ଓ ଆସୋସିଏଟ୍ ଡାଇରେକ୍ଟର ରହିଛନ୍ତି ଆର୍ ଅଂଶୁମାନ ଦାସ ।

ଏହି ଫିଲ୍ମର ଡାଇଲଗ୍ ମାନସ ପଢିହାରୀ ଲେଖିଥିବା ବେଳେ ତପୁ ନାୟକ ଓ କୁମାର ଶ୍ରୀ ସଙ୍ଗୀତ ଭାର ଗ୍ରହଣ କରିଛନ୍ତି । ଏପଟେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଅସଦ ନିଜାମ।

ଏହି ୨ ଯୋଡି ପୂର୍ବରୁ ‘ଫ୍ରମ୍ ମି ଟୁ ୟୁ’ରେ ନଜର ଆସିଥିଲେ ।

Leave A Reply

Your email address will not be published.