Latest Odisha News

BREAKING NEWS

ଜେଲରୁ ମୁକୁଳିଲେ ଫୁଟବଲର୍ ରୋନାଲଡିନୋ, ଏବେ ଗୃହବନ୍ଦୀ !

ପାରାଗୁଏ: ୬ମାସ ଜେଲ ଦଣ୍ଡାଦେଶ ଥିଲେ ବି ମାତ୍ର ୩୨ଦିନ ପରେ ପାରାଗୁଏ ଜେଲରୁ ମୁକୁଳିଲେ ରୋନାଲଡିନୋ । ଫେକ୍ ପାସ୍‌ପୋର୍ଟ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ।

କରୋନାଭାଇରସ୍ ସଂକ୍ରମଣ ପାଇଁ ୩୨ଦିନ ପରେ ଜେଲରୁ ମୁକୁଳିବା ପରେ ବ୍ରାଜିଲିଆନ୍ ଫୁଟବଲର୍ ରୋନାଲଡିନୋ ଏବେ ଗୃହବନ୍ଦୀ ଭାବେ ରହିବେ । ଗତମାସ ଫେକ୍ ପାସପୋର୍ଟ ଜରିଆରେ ସେ ଦକ୍ଷିଣ ଆମେରିକାକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ୬ମାସ ଜେଲ ଦଣ୍ଡାଦେଶ ପାଇଥିବା ରୋନାଲଡିନୋ ୧.୬ ମିଲିଅନ ୟୁଏସ୍ ଡଲାର ଦେଇ ଜେଲରୁ ମୁକୁଳିଛନ୍ତି ।

ରୋନାଲଡିନୋଙ୍କ ଅନୁଯାୟୀ ଜଣେ ବ୍ରାଜିଲିଆନ୍ ବ୍ୟବସାୟୀଙ୍କଠାରୁ ଉପହାର ସ୍ୱରୁପ ପାସ୍‌ପୋର୍ଟ ପାଇ ସେ ଦକ୍ଷିଣ ଆମେରିକାରେ ପ୍ରବେଶ କରିଥିଲେ । ହେଲେ ପାସ୍‌ପୋର୍ଟ ଜାଲ ପ୍ରମାଣିତ ହେବା ପରେ ତାଙ୍କୁ ଜେଲଦଣ୍ଡାଦେଶ ମିଳିଥିଲା ।

ଜେଲରେ ଥିବା ସମୟରେ ରୋନାଲଡିନୋ ନିଜ ୪୦ତମ ଜନ୍ମଦିନ ପାଳିଥିଲେ । ରୋନାଲଡିନୋଙ୍କ ସହ ତାଙ୍କ ବଡ ଭାଇ ରୋବର୍ଟୋ ଏସିସ୍ ବି ସମାନ ଅପରାଧ ପାଇଁ କଏଦ ହୋଇଥିଲେ ।

Leave A Reply

Your email address will not be published.