Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଟ୍ରାଫିକ୍ ପୋଲିସ, ପାଖରୁ ମିଳିଲା ୧୧ଲକ୍ଷ ଟଙ୍କା

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ତାଳଚେର ଟ୍ରାଫିକ ଇନସ୍ପେକ୍ଟର । ଟ୍ରାଫିକ ଇନସ୍ପେକ୍ଟର ଜିତେନ୍ଦ୍ର ବେହେରାଙ୍କ ନିକଟରୁ ୨୪ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । କାରରେ ତାଳଚେରରୁ ଅସ୍ତରଙ୍ଗ ଯିବା ବାଟରେ ବାଲିଅନ୍ତା ତ୍ରିନାଥ ବଜାର ନିକଟରୁ ୧୧ଲକ୍ଷ ୧୫ ହଜାର ୪୭୦ ଟଙ୍କା ସହ ସେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜିତେନ୍ଦ୍ର ।

ତେବେ ଧରାପଡିଥିବା ଟଙ୍କା ବାବଦରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ଜିତେନ୍ଦ୍ର । ଆୟ ବହିର୍ଭୁତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୨ଟି ସ୍ଥାନରେ ଏକକାଳିନ ଚଢାଉ କରିଛି ଭିଜିଲାନ୍ସ । ତାଙ୍କର ତାଳଚେର ଭଡା ଘରୁ ୩ଲକ୍ଷ ୮ହଜାର ୭୫୦ ଟଙ୍କା ଜବତ ହୋଇଥିବା ବେଳେ ୩୩୬ଗ୍ରାମ ସୁନା ଜବତ ହୋଇଛି । ସେହିପରି ଅସ୍ତରଙ୍ଗ ଘରୁ ୧୦ଲକ୍ଷ ଜବତ କରିଛି ଭିଜିଲାନ୍ସ । ମୋଟ ୨୪ଲକ୍ଷ ୨୪ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ପାରାଦୀପ ସ୍ଥିତ ତାଙ୍କ ଭାଇଙ୍କ ଘରେ ଚଢାଉ ଚାଲିଛି ।

Leave A Reply

Your email address will not be published.