Latest Odisha News

BREAKING NEWS

ସଡକ ଦୁର୍ଘଟଣାରେ ଚାଲିଗଲେ ଏଇ ଅଭିନେତ୍ରୀ

ମୁମ୍ବାଇ: ବଙ୍ଗଳା ଫିଲ୍ମ ଜଗତରେ ଖେଳି ଯାଇଛି ଶୋକର ଛାୟା । ଜଣେ ଉଦୀୟମାନ ଅଭିନେତ୍ରୀଙ୍କୁ ହରାଇଛି ଇଣ୍ଡଷ୍ଟ୍ରି । ବଙ୍ଗ ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତ ଆଉ ନାହାନ୍ତି । ଏକ ସଡକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବଙ୍ଗୀୟ ଅଭିନେତ୍ରୀ ସୁଚନ୍ଦ୍ରା ।

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ ସୁଚନ୍ଦ୍ରା ଶୁଟିଂ ସାରି ଘରକୁ ଫେରୁଥିଲେ । ସେ ଅନଲାଇନରେ ବାଇକ ବୁକ କରିଥିଲେ ।  ସେ ଗାଡିରେ ଯାଉଥିବାବେଳେ ବାରଙ୍ଗପୁରଠାର  ରାସ୍ତାରେ ଜଣେ ବ୍ୟକ୍ତି ସାଇକେଲରେ ରାସ୍ତା ପାର ହେଉଥିଲେ । ହଠାତ ସେ ବାଇକ ସାମ୍ନାକୁ ଚାଲି ଆସିଲେ । ବାଇକ ଡ୍ରାଇଭର ହଠାତ ବ୍ରେକ ଦେଇଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ ଲରି ତାଙ୍କୁ ବାଇକକୁ ଧକ୍କା ଦେଇଥିଲା । ଫଳରେ ପଛରେ ବସିଥିବା ସୁଚନ୍ଦ୍ରା ତଳେ ପଡି ଯାଇଥିଲେ । ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢି ଯାଇଥିଲ ।ଘଟଣାସ୍ଥଳରେ ହିଁ ସୁଚନ୍ଦ୍ରାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା ।

ସୁଚନ୍ଦ୍ରା ଜଣେ ବଙ୍ଗୀୟ ଟିଭି କଳକାର । ତାଙ୍କର ମୃତ୍ୟୁରେ ଚାରିଆଡେ ଖେଳି ଯାଇଛି ଶୋକର ଛାୟା ।

Leave A Reply

Your email address will not be published.