Latest Odisha News

ଆସନ୍ତାକାଲି ଓଡିଶା ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା

ଭୁବନେଶ୍ୱର: ଆସନ୍ତାକାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ ଘରେ ଘରେ ପହଞ୍ଚାଇବା, ମୋଦିଙ୍କ ଯୋଜନାରୁ ବଞ୍ଚିତ ଓଡିଶାର ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ, କାର୍ଯ୍ୟକର୍ତ୍ତା, ବଣିକ ସଂଘ ସଦସ୍ୟଙ୍କ ସହ ବୈଠକ, ଲାଭାର୍ଥୀ ସମ୍ମିଳନୀ କରି ଜନତାଙ୍କୁ ସଚେତନ କରାଇବା ଓ ନିର୍ବାଚନ ଅଭିଯାନକୁ ଗତିଶୀଳ କରିବା ତାଙ୍କ ଏହି ଗସ୍ତର ଲକ୍ଷ୍ୟ ।

‘ବିକଶିତ ଭାରତ’ ଗଠନ ପାଇଁ ଜନପରାମର୍ଶ ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ବୈଠକରେ ଯୋଗ ଦେଇ ଲୋକଙ୍କୁ ଅବଗତ କରାଇବେ ।

‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ହିଁ ମୋଦିଙ୍କ ଗ୍ୟାରେଣ୍ଟି । ମୋଦିଜୀ ପୁଣି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଓ ବିଜେପି ଦେଶ ଓ ରାଜ୍ୟରେ ସରକାର ଗଠନ କରିବ । ଲୋକସଭା ନିର୍ବାଚନରେ ୪ ଶହରୁ ଊର୍ଦ୍ଧ୍ୱ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ । ଏହି ଅଭିଯାନରେ ନବରଙ୍ଗପୁରବାସୀଙ୍କୁ ସାମିଲ କରିବା ପାଇଁ ଆସୁଛନ୍ତି ଶ୍ରୀ ଶର୍ମା ।

ଏହି ଗସ୍ତ ସମୟରେ ଶ୍ରୀ ଶର୍ମା କାର୍ଯ୍ୟକର୍ତ୍ତା ସମ୍ମିଳନୀ ସହ ବଣିକ ସଂଘ ସଦସ୍ୟଙ୍କ ବୈଠକ, ଲାଭାର୍ଥୀ ସମ୍ମିଳନୀ ଓ ଘର ଘର ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ରୀ ଶର୍ମାଙ୍କ ନବରଙ୍ଗପୁର ଗସ୍ତ ଓଡିଆ ଲୋକଙ୍କ ପାଇଁ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ରାଜ୍ୟ ସମ୍ପାଦକ ସରୋଜ କର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.