Latest Odisha News

BREAKING NEWS

ମାଛ ଧରୁଥିବା ବେଳେ ଡଙ୍ଗା ବୁଡି ଜଣେ ନିଖୋଜ; ୨ ଉଦ୍ଧାର

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ମାଛ ଧରୁଥିବା ବେଳେ ବୁଡ଼ିଗଲା ଡଙ୍ଗା । ଡଙ୍ଗା ବୁଡି ୩ ଜଣ ନିଖୋଜ ।

୩ ଜଣ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଡଙ୍ଗାରେ ମାଛ ଧରୁଥିଲେ । ମାଛ ଧରୁଥିବା ବେଳେ ହଠାତ୍‌ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ୩ ଜଣ ନିଖୋଜ ହୋଇଯାଇଥିଲେ  । ପରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଜଣଙ୍କ ପତ୍ତା ମିଳୁନି । ହରି ସଗରିଆ ଏବଂ କୈଳାସ ନାୟକ ଉଦ୍ଧାର ହୋଇଥିବା ବେଳେ । କୃପା ବେନିଆ ନାମକ ବ୍ୟକ୍ତି ଏବେବି ନିଖୋଜ ଅଛି । ଏମାନେ ଚିତ୍ରକୋଣ୍ଡା ଡାଇକ-୩ ଗାଁର ବୋଲି ଜଣାପଡ଼ିଛି ।

ଏନେଇ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply

Your email address will not be published.