Latest Odisha News

BREAKING NEWS

ତାମିଲନାଡୁରେ ଏକ ସଙ୍ଗରେ ୮୦୦୦ ମନ୍ଦିରରେ ପୂଜା

ଚେନ୍ନାଇ: ଆସ୍ଥା ଉପରେ କରୋନା ମହାମାରୀର ପ୍ରଭାବ କମିବାରେ ନାମ ନେଉନାହିଁ । ତାମିଲନାଡୁରେ କରୋନା ନିୟନ୍ତ୍ରଣକୁ ଆସୁ ନ ଥିବାରୁ ସ୍ଥାନୀୟ ସରକାର ଏକ ସଙ୍ଗରେ ୮୦୦୦ ମନ୍ଦିରରେ ପୂଜା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିରଗୁଡିକରେ ଦାନର ଅଭାବ ଯୋଗୁ ପୂଜାରୀ ଏବଂ ଏଥି ସହିତ ଜଡିତ ଅନ୍ୟମାନେ ଆର୍ଥୀକ ଅଭାବର ସମ୍ମୁଖୀନ ହେଉଛନ୍ତି ।

ଉତରାଖଣ୍ଡ, ଉଜୈନ, ନାସିକ, ଗୟା ଓ ପୁରୀ ପରି ଧାର୍ମିକ ସ୍ଥଳଗୁଡିକ ଟୁରିଷ୍ଟଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରିଥାନ୍ତି । ଲକଡାଉନ ଯୋଗୁ ଟୁରିଷ୍ଟ ଆସୁ ନ ଥିବାରୁ ଏହାକୁ ନେଇ ଚଳୁଥିବା ଲୋକମାନେ ପ୍ରଭାବିତ ହେଉଛନ୍ତି ।

Leave A Reply

Your email address will not be published.