Latest Odisha News

BREAKING NEWS

ବନ୍ଧୁକମୁନରେ ୮୪ ହଜାର ଟଙ୍କା ଲୁଟ କରି ଧରାପଡ଼ିଲେ ୩ ଲୁଟେରା

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ରାସ୍ତାରେ ୩ ଦୁର୍ବୃତ୍ତ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏହି ଲୁଟେରାମାନଙ୍କୁ କୁଜଙ୍ଗ ପୋଲିସ ଶନିବାର ଦିନ ଧରିବାକୁ ସକ୍ଷମ ହୋଇଛି ।

ମିଳିଥିବା ସୂଚନାନୁଯାୟୀ, ନଭେମ୍ବର ୧୮ ତାରିଖରେ ‘ଭାୟା ଫିନସପ’ ନାମକ ଏକ ଘରୋଇ ଫାଇନାନ୍ସ କମ୍ପାନୀର କର୍ମଚାରୀ ସୁଦର୍ଶନ ଜେନା ଜମାକାରୀମାନଙ୍କଠାରୁ ଜମାରାଶି ସଂଗ୍ରହ କରି ଘରକୁ ଫେରୁଥିଲେ । ବାଲିତୁଠ ରାସ୍ତାରେ ତିନିଜଣ ଦୁର୍ବୃତ୍ତ ସୁଦର୍ଶନଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୮୪ ହଜାର ଟଙ୍କା ଲୁଟି ନେଇଥିଲେ । ଏହି ଘଟଣା ସମ୍ପର୍କରେ ସୁଦର୍ଶନ କୁଜଙ୍ଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଛାନଭିନ୍ନ କରିଥିଲା ।

କୁଜଙ୍ଗ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନ ଚଢଉ କରାଯିବା ପରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି ୩ ଅଭିଯୁକ୍ତମାନେ ହେଲେ କୁଜଙ୍ଗ ନାବଡ଼ିଆ ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁ, କେନ୍ଦ୍ରାପଡ଼ା ଜିଲ୍ଲାର ରାଜକିଶୋର ଜେନା ଏବଂ କଟକ ଅଞ୍ଚଳର ବୃନ୍ଦାବନ ଭୋଇ ।

ଏହାବ୍ୟତୀତ, ପୋଲିସ ଏହି ଗିରଫ ଲୁଟେରାମାନଙ୍କ ଠାରୁ ନଗଦ ୧୭ ହଜାର ଟଙ୍କା, ଦୁଇଟି ବାଇକ ଏବଂ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି ।

ଏହି ଘଟଣାରେ ଗିରଫ ହୋଇଥିବା ସଂପୃକ୍ତ ଅଭିଯୁକ୍ତମାନଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ବୋଲି ତିର୍ତ୍ତୋଲ ଏସଡ଼ିପିଓ ଦୀପକ ରଞ୍ଜନ ଜେନା ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.