Latest Odisha News

BREAKING NEWS

୧୩୨ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ

କନ୍ଧମାଳ: କନ୍ଧମାଳରେ ପୋଲିସ ଓ ଅବକାରୀ ବିଭାଗର ଅପରେସନ । ୧୩୨ଏକର ସରକାରୀ ଜମିରୁ ଗଞ୍ଜେଇ ଗଛ କାଟିଲା ପୋଲିସ ଓ ଅବକାରୀ ବିଭାଗ । କ. ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡ଼ା ଗ୍ରାମ ପଞ୍ଚାୟତର କୁଶାକୁପୁଡ଼ା, କୁଡ଼ୁପାକିଆ ଓ ଗସୁକିଆ ଗାଁର ସରକାରୀ ଜମି ଓ ଜଙ୍ଗଲ ଜମିରେ ବେଆଇନଭାବେ ଚାଷ ହେଉଥିଲା ଗଞ୍ଜେଇ ଚାଷ ।

ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତ କରି ଜଙ୍ଗଲ ଓ ଉପାନ୍ତ ଅଞ୍ଚଳରେ ବେଧଡ଼କଭାବେ ଚାଷ ଓ ବ୍ୟବସାୟର କାୟା ବିସ୍ତାର କରିଚାଲିଛନ୍ତି । ଏହାକୁ ରୋକିବାକୁ କ ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଅପରେସନ ନୀଳଜହର ତୃତୀୟ ଦିନରେ ଏହି ସଫଳତା ପାଇଛି ।
ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ଦଶକୋଟି ଟଙ୍କାରୁ ଅଧିକ ବୋଲି ଥାନା ଅଧିକାରୀ ଶ୍ରୀନିବାସ ସାମଲ ସୂଚନା ଦେଇଛନ୍ତି ।

ଏନେଇ କ ନୂଆଗାଁ ଥାନାରେ କେସ୍ ନମ୍ବର ୯୫/୨୧ ଏନଡ଼ିପିଏସ ଆକ୍ଟରେ ବେନାମୀ ଚାଷୀନାମରେ ମାମଲା ରୁଜୁ ହୋଇଛି । ନୀଳଜହର ଅପରେସନରେ ଅତିରିକ୍ତ ତହସିଲଦାର ଏବଂ ତହସିଲ କର୍ମଚାରୀ, ପୋଲିସ ଫୋର୍ସ, ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.