Latest Odisha News

BREAKING NEWS

‘ରକୀ ଔର୍‌ ରାନୀ କୀ ପ୍ରେମ୍‌ କାହାନୀ’ରେ ଗୀତ ଗାଇବେ ରଣବୀର ଓ ଆଲିଆ

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରଣ ଜୋହରଙ୍କ ଆଗାମୀ ଚଳଚ୍ଚିତ୍ର ‘ରକୀ ଔର୍‌ ରାନୀ କି ପ୍ରେମ କାହାନୀ’କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ପ୍ରକାଶ ଯେ ରଣବୀର ଏବଂ ଆଲିଆ ରୋମାନ୍ସ କରିବା ସହିତ ଉଭୟ ଏଥିରେ କଣ୍ଠଦାନ ମଧ୍ୟ କରିବେ। ଫିଲ୍ମ ବିଷୟରେ ଏହା ମଧ୍ୟ କୁହାଯାଉଛି ଯେ କରଣ ଜୋହର ଏହାର ସଙ୍ଗୀତ ପାଇଁ ସରେଗାମା ସହ ହାତ ମିଳାଇଛନ୍ତି ଏବଂ ମ୍ୟୁଜିକାଲ୍‌ ରାଇଟ୍ସକୁ ସାରେଗାମାକୁ ବିକ୍ରି କରିଛନ୍ତି।

ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ର ମାଧ୍ୟମରେ କରଣ ଜୋହର ପୁଣି ଥରେ ନିର୍ଦ୍ଦେଶନାକୁ ଫେରୁଛନ୍ତି। ରଣବୀର ସିଂଙ୍କ ବ୍ୟତୀତ ଆଲିଆ ଭଟ୍ଟ, ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମୀ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର ୨୦୨୨ ରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.