Latest Odisha News

BREAKING NEWS

‘ଜୟନାରାୟଣ’ ରୋକ୍ ସକୋ ତୋ ରୋକ୍ ଲୋ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟାକାଣ୍ଡ ରାଜ୍ୟ ରାଜନୀତିର ପାଣିପାଗକୁ ବଦଳାଇଦେଇଛି। ଅତି ବଡ଼ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଘଟଣାର ସ୍ପଷ୍ଟତା ନ ଆସିବା ସ୍ଥିତିକୁ ଜଟିଳ କରିଛି। ଏହି ଘଟଣାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଘଟଣା ଘଟିବା ପରଠୁ ଜୟନାରାୟଣ ଲଗାତର ଭାବେ ସରକାରଙ୍କୁ ଶାଣିତ ଆକ୍ରମଣ କରି ଆସୁଛନ୍ତି।

ଏପରିକି ଘଟଣାରେ ଦଳର ସର୍ବୋଚ୍ଚ ନେତାଙ୍କୁ ସଂଢୁଆସି ଆକ୍ରମଣ କରିବାକୁ ପଛଘୁଞ୍ଚା ବି ଦେଉ ନାହାନ୍ତି। ନିର୍ଭୀକ ଭାବେ ନବ ଦାସଙ୍କ ହତ୍ୟାର ବିଭିନ୍ନ ପଏଣ୍ଟକୁ ନେଇ ସରକାରଙ୍କୁ ଘେରିଚାଲିଛନ୍ତି। ଏପରିକି ଶାସକ ଦଳ ପକ୍ଷରୁ ଜୟନାରାୟଣଙ୍କୁ ମାନସିକ ରୋଗୀ, ଅଭିଯୁକ୍ତ ଆଦି ଆଖ୍ୟା ଦିଆଯାଇ ସମାଲୋଚନା କରାଯାଇଥିଲେ ମଧ୍ୟ ତାର କିଛି ପ୍ରଭାବ ଜୟନାରାୟଣଙ୍କ ଉପରେ ପଡୁ ନ ଥିବା ଦେଖାଯାଇଛି।

ଜୟନାରାୟଣ ପ୍ରତ୍ୟେକ ଦିନ ବ୍ୟବଧାନରେ ନୂଆ ନୂଆ ତଥ୍ୟକୁ ନେଇ ସରକାରୀ ଦଳକୁ ଅଡୁଆର ସୁତାଖିଆ ଭିତରକୁ ଟାଣୁଛନ୍ତି। ଶାସକ ଦଳର ନେତାମାନେ ଯେତେ କଥା କହିଲେ ବି ଜୟ ନାରାୟଣଙ୍କ କଥାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ପୂର୍ବରୁ ବହୁ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି ଓ ଆନ୍ଦୋଳନ ମଧ୍ୟ କରିଛନ୍ତି। କିନ୍ତୁ ଏଭଳି ଜୟନାରାୟଣଙ୍କ ଭଳି ବିଜେଡିର ପ୍ରମୁଖ ନେତାଙ୍କୁ ସିଧାସଳଖ ଆକ୍ଷେପ କରିବା ଦେଖାଯାଇନି।

ଏପରିକି ପୂର୍ବରୁ ଆନ୍ଦୋଳନ ଗୁଡିକ ଧୀରେ ଧୀରେ ଥମିଛି। କିନ୍ତୁ ନବ ଦାସଙ୍କ ପ୍ରସଙ୍ଗରେ ଜୟନାରାୟଣ ଥମିବାର ନାଁ ନେଉ ନାହାନ୍ତି। ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ କଥା ଉଠାଇଲେ ମଧ୍ୟ ସରକାରୀ ଦଳ ଦ୍ୱାରା ମ୍ୟାନେଜ ହେଉଥିବା ଜୟ ନାରାୟଣ ଅଭିଯୋଗ ଆଣିଛନ୍ତି। କିନ୍ତୁ ସେ ମ୍ୟାନେଜ ହେଉ ନ ଥିବା ପରୋକ୍ଷରେ କହିଛନ୍ତି। ଏ ସବୁ କଥା ଏବେ ଚର୍ଚ୍ଚାର ମୁଖ୍ୟ କାରଣ ହୋଇଛି।

ଜୟନାରାୟଣ ଜଣେ ହାର୍ଡକୋର ନେତା ଭାବେ ଜଣାଶୁଣା। ଏପରିକି ଆଗ୍ରେସିଭ ନେତା ଭାବେ ତାଙ୍କୁ ଦେଖିବାକୁ ମିଳେ। ଏଭଳି ସ୍ଥିତିରେ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ସେ ଆହୁରି ଆଗ୍ରେସିଭ ମୋଡ଼କୁ ଆସିଥିବା କୁହାଯାଉଛି।

ରାଜ୍ୟରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିଲେ ଶାସକ ଦଳ ପକ୍ଷରୁ ବିରୋଧୀଙ୍କୁ ମ୍ୟାନେଜ କରିବାର ଅଭିଯୋଗ ହୁଏ। ଏପରିକି ବିଭିନ୍ନ ବାଟରେ ବିରୋଧୀ ମ୍ୟାନେଜ ହେଉଥିବା କୁହାଯାଉଥିବା ବେଳେ ଜୟନାରାୟଣ କିନ୍ତୁ ମ୍ୟାନେଜ ହେଉ ନ ଥିବା ଚର୍ଚ୍ଚା ହେଉଛି।

ସେପଟେ ଓଡ଼ିଶାରେ ନବୀନଙ୍କ ହାତରେ ଅନ୍ୟ ଦଳର ରିମୋଟ କଣ୍ଟ୍ରୋଲ ଥାଏ ବୋଲି ଆଲୋଚନା ହୁଏ। ଏପରିକି ବିରୋଧୀ ଦଳ ଗୁଡ଼ିକର କିଛି ନେତା ମଧ୍ୟ ଏ ନେଇ ଗଣମାଧ୍ୟମରେ ପୂର୍ବରୁ ବିବୃତି ରଖିଛନ୍ତି। ତାହେଲେ ଏବେ କାହିଁକି ବିରୋଧୀ ମ୍ୟାନେଜ ହେଉନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏପରିକି ଜୟ ନାରାୟଣ ରାଜ୍ୟର ଶାସକ ଦଳ ମୁଖିଆମାନଙ୍କୁ ଏଭଳି ଆକ୍ରମଣ ଜାରି ରଖିବା ପଛରେ ବିଜେପିର କିଛି ସ୍ୱତନ୍ତ୍ର ରଣନୀତି ଅଛି କି ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.