Latest Odisha News

BREAKING NEWS

ମାଆ ହେଲେ ପ୍ରିୟଙ୍କା ଚୋପ୍ରା, ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ମାଆ ହେଲେ ପ୍ରିୟଙ୍କା ଚୋପ୍ରା । ବଲିଉଡ୍ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା ନିଜ ଫ୍ୟାନଙ୍କୁ ଖୁସି ଖବର ଦେଇଛନ୍ତି । ସରୋଗେସୀ ଜରିଆରେ ପ୍ରିୟଙ୍କା ଓ ନିକ୍ ଜୋନ୍ସ ନିଜ ଘରକୁ ନୂଆ ଅତିଥିଙ୍କୁ ଆମନ୍ତ୍ରଣ କରିଛନ୍ତି । ମାଆ ହେବା ଖୁସି ଖବର ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନ୍ସ ।

ପ୍ରିୟଙ୍କା ଲେଖିଛନ୍ତି ସେମାନେ ବହୁତ ଖୁସି ଯେ, ସରୋଗେସୀ ଜରିଆରେ ଆମେ ଏକ ଶିଶୁକୁ ସ୍ୱାଗତ କରୁଛି । ଏଭଳି ବିଶେଷ ସମୟରେ ଆମେ ପ୍ରାଇଭେସୀକୁ ସମ୍ମାନ ଦେବା ପାଇଁ ନିବେଦନ କରୁଛୁ । ଆମେ ନିଜ ପରିବାର ଉପରେ ଧ୍ୟାନ କେନ୍ଦ୍ରୀତ କରିବାକୁ ଚାହୁଁଛୁ ବୋଲି ପ୍ରିୟଙ୍କା ପୋଷ୍ଟ ସେୟାର କରିଛନ୍ତି ।

 

View this post on Instagram

 

A post shared by Priyanka (@priyankachopra)

ନିକଙ୍କୁ ବିବାହ ପରଠୁ ପ୍ରିୟଙ୍କା ଆମେରିକାରେ ରହୁଛନ୍ତି । ମାଆ ହେବା ଖୁସି ଖବର ସୋସିଆଲ୍ ମିଡିଆରେ ସେୟାର କରିବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ପୂର୍ବତନ ମିସ୍ ଓ୍ୱାଲର୍ଡ ପ୍ରିୟଙ୍କା ଚୋପ୍ରା । ୨୦୧୮ ମସିହାରେ ଆମେରିକା ସିଙ୍ଗର ନିକ୍ ଜୋନ୍ସଙ୍କୁ ବିବାହ କରିଥିଲେ ପ୍ରିୟଙ୍କା । ରାଜସ୍ଥାନରେ ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍ ରୀତିନୀତିରେ ବିବାହ ହୋଇଥିଲା ।

Comments are closed, but trackbacks and pingbacks are open.