Latest Odisha News

BREAKING NEWS

ଲୋକଗୀତରେ ନୂଆଖାଇକୁ ସ୍ୱାଗତ କଲା ଦେବଗିରି

ଭବାନୀପାଟଣା : ମହାନ ଗଣପର୍ବ ନୂଆଖାଇକୁ ସ୍ୱାଗତ କରିବା ପାଇଁ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ଓ କଳାହାଣ୍ଡି ଥିଏଟର୍ ପକ୍ଷରୁ  ‘ଲୋକଗୀତ ଲାଇଭ୍‌’ ସମାରୋହ ଆୟୋଜିତ ହୋଇଯାଇଛି । ନ୍ୟୁଜ୍ ପୋର୍ଟାଲ୍ ‘ଓଡ଼ିଆ ବାର୍ତ୍ତା’ ପକ୍ଷରୁ ସିଧାପ୍ରସାରଣ କରାଯାଇଥିବା ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ସମେତ ଓଡ଼ିଶାର ବିଭିନ୍ନ ଅଂଚଳର ଲୋକଗୀତ ଗାନ କରାଯାଇଥିଲା ।

ସମାରୋହକୁ କବି ସକିତ ରତେ, କବି ଭବାନୀଶଙ୍କର ନିଆଲ ଓ ଗାଳ୍ପିକ ସୁକାନ୍ତ ସାହୁ ଅନ୍‌ଲାଇନ୍‌ରେ ଉଦ୍‌ଘାଟନ କରିଥିବା ବେଳେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ-ସଂପାଦକ ସୁଧୀର କୁମାର ଧଙ୍ଗଡ଼ାମାଝୀ ବୈଷୟିକ ସଂଯୋଜନା କରିଥିଲେ । ଏଥିରେ କଣ୍ଠଶିଳ୍ପୀ ଲିପ୍‌ସା ମହାରଣା, ସାବିତ୍ରୀ ମହାରଣା ଓ ଡିଲେଶ୍ୱର ରଣା ଲୋକଗୀତ ଗାଇଥିବା ବେଳେ ସୁଶାନ୍ତ ପ୍ରଧାନୀ, ଶୁଭମ୍ ପ୍ରଧାନ, ସୁପ୍ରଭାତ ଚଲାନ୍ ଓ ମହାଦେବ ଭାଟି ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପଙ୍କଜ ତାଣ୍ଡେ, ସୁକନ୍ୟା ଦାସ, ଦକ୍ଷ ସାହୁ, ଭୋଳାପ୍ରସାଦ ନାଗ ପ୍ରମୁଖ ସହଯୋଗ କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦର ଗ୍ରାମରୁ ଆରମ୍ଭ ହୋଇଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ କଳା ସଂସ୍କୃତି, ନାଟକ, ସାହିତ୍ୟ, ସଂଗୀତ ଆଦି କ୍ଷେତ୍ରରେ ସାରା ରାଜ୍ୟରେ ଏକ ସ୍ୱତନ୍ତ୍ର ପରିଚିତି ହାସଲ କରିଛି ।

Leave A Reply

Your email address will not be published.