Latest Odisha News

ଓଲଟିଲା OSRTC ବସ୍, କୁହୁଡ଼ିରେ ଦେଖାଗଲାନି ରାସ୍ତା

ଜୟପୁର(କୋରାପୁଟ): କୁହୁଡ଼ିରେ ଦେଖାଗଲାନି ରାସ୍ତା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଲା OSRTC ବସ୍ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି ।

ବସରେ ୪୦ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ 5 ଜଣ ଆହତ ହୋଇଛନ୍ତି । ସେମାନଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ବସଟି ବିଶାଖାପାଟଣାରୁ ବାହାରିଥିଲା । ନବରଙ୍ଗପୁର ଆସିବା ବେଳେ ଜୟପୁର ନିକଟରେ ଭାରସାମ୍ୟ ହରାଇ ଓଲଟିପଡ଼ିଲା ।

ଦୁର୍ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ଓଲଟି ପଡ଼ିଥିବା କୁହାଯାଉଛି । ଏହି ଘଟଣା ପରେ ଅନ୍ୟ ଯାତ୍ରୀମାନଙ୍କୁ ଅନ୍ୟ ଗୋଟି ଗାଡ଼ିରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଯାଇଛି ।

Leave A Reply

Your email address will not be published.