Latest Odisha News

BREAKING NEWS

ପିକ୍‌ଅପ୍‌ ଭ୍ୟାନ୍‌ରୁ ୧ କୋଟି ଟଙ୍କାର ଗଞ୍ଜେଇ ଜବତ;ଜଣେ ଗିରଫ

ମାଲକାନଗିରି:କାଲିମେଳା ବ୍ଲକ ଏମଭି-୭୯ ପୋଲିସକୁ ସଫଳତା । ପିକ୍‌ଅପ୍‌ ଭ୍ୟାନ୍‌ରୁ ୪ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଛି ଓ ଜଣେ ଗିରଫ। ସୂଚନାଥାଉକି, ଗଞ୍ଜେଇ କାଲିମେଳାରୁ ଆନ୍ଧ୍ରପ୍ରଦେଶକୁ ଚୋରା ଚାଲାଣ ହେଉଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା।

ସୂଚନାଥାଉକି, ପୋଲିସ ପାଟ୍ରୋଲିଂ ସମୟରେ ଏକ ସନ୍ଦେହଜନକ ପିକଅପ୍ ଭ୍ୟାନ୍‌କୁ ଅଟକିବାକୁ ସଙ୍କେତ ଦେଇଥିଲା । କିନ୍ତୁ ପୋଲିସକୁ ଦେଖି ଗାଡ଼ି ଚାଳକ ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିଥିଲା । ଏହାପରେ ଗାଡିଟିକୁ ପିଛା କରି ପୋଲିସ୍‌ ଧରିଛି। ପିକଅପ୍ ଭ୍ୟାନରୁ ୪ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି । ଏଥିସହ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

 

Leave A Reply

Your email address will not be published.