Latest Odisha News

BREAKING NEWS

ଐତିହ୍ୟ ଗ୍ରାମ ରଘୁରାଜପୁରରେ ପଟ୍ଟଚିତ୍ର ଶିଳ୍ପୀଙ୍କୁ ସରକାରୀ ସହାୟତା

ପୁରୀ : ପୁରୀ ଜିଲ୍ଲାର ଶିଳ୍ପୀଗ୍ରାମ ରଘୁରାଜପୁରରେ ଦେଖିବାକୁ ମିଳିଛି ନିଆରା ଚିତ୍ର । ନିଜ ନିଜ ଘର ଦୁଆର କାନ୍ଥରେ ଶିଳ୍ପୀମାନେ ପାରମ୍ପରିକ ଚିତ୍ରକଳା ଆଙ୍କିବାରେ ବ୍ୟସ୍ତ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର, ଶ୍ରୀକୃଷ୍ଣ ଲୀଳା, ଗିରି ଗୋବର୍ଦ୍ଧନ ପୂଜା, ରଥଯାତ୍ରା ସହ କୋଭିଡ ସଚେତନତା ଭଳି ଆଙ୍କୁଛନ୍ତି ଅନକ ଚିତ୍ରକଳା । ଲକଡାଉନ ଯୋଗୁଁ ପୁରୀକୁ ପର୍ଯ୍ୟଟକ ଆସୁନଥିବାରୁ ହାତ ବାନ୍ଧି ବସିଛନ୍ତି ଶିଳ୍ପୀ । ଏଭଳି ସ୍ଥିତିରେ ଶିଳ୍ପୀମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସରକାର । ପ୍ରତି ଚିତ୍ରକଳା ଶିଳ୍ପୀ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଦେବା ସହ ଗାଁରେ ଚାଲିଛି ପାରମ୍ପରିକ ଭିତ୍ତିଚିତ୍ର ଶିବିର ।

କରୋନା ଯୋଗୁଁ ବେଶ ପ୍ରଭାବିତ ହୋଇଥିଲେ ରଘୁରାଜପୁରର ଶିଳ୍ପୀମାନେ । ପୁରୀକୁ ପର୍ଯ୍ୟଟକ ଆସୁନଥିବାରୁ କୌଣସି ସାମଗ୍ରୀ ବିକ୍ରି ହୋଇପାରୁନଥିଲା । ଏହାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଲଳିତ କଳା ଏକାଡେମୀ ପକ୍ଷରୁ ନିଆଯାଇଛି ଅଭିନବ ପଦକ୍ଷେପ । ଓଏମସିଓ ପୁରୀ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପ୍ରତି ଚିତ୍ରଶିଳ୍ପୀ ପରିବାରକୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହାସହ କଳାକାରଙ୍କ ମଧ୍ୟରେ ଆୟୋଜନ କରାଯାଇଛି ଏକ ପ୍ରତିଯୋଗିତା ।

ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରତିଯୋଗିତା । ଶ୍ରେଷ୍ଠ ୫ ଜଣ କଳାକାରଙ୍କୁ ପୁରସ୍କୃତ କରାଯିବ । ଏଥିପାଇଁ ଚିତ୍ରଶିଳ୍ପୀମାନେ ନିଜ କଳା ପ୍ରଦର୍ଶନ କରିବାକୁ ଘରକୁ ସଜାଇବାରେ ଲାଗି ପଡିଛନ୍ତି ।

Leave A Reply

Your email address will not be published.