Latest Odisha News

BREAKING NEWS

ଦିଲ୍ଲୀକୁ ଅକ୍ସିଜେନ୍ ଦେବ ଓଡ଼ିଶା: ବିମାନ ଯୋଗେ ଯିବ ଅକ୍ସେଜନ୍

ନୂଆଦିଲ୍ଲୀ: କରୋନା ଦେଶର ରାଜଧାନୀରେ ଭୟଙ୍କର ରୂପ ଧାରଣ କରିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଅକ୍ସିଜେନ ଅଭାବ ଦେଖାଦେଇଛି । ଏଭଳି ସ୍ଥିତିରେ ଦିଲ୍ଲୀକୁ ସହାୟତାର ହାତ ବଢ଼ାଇଛି ଓଡ଼ିଶା । ଦିଲ୍ଲୀକୁ ଅକ୍ସିଜେନ୍ ଯୋଗାଇବ ଓଡ଼ିଶା । ବିମାନ ଯୋଗେ ପହଞ୍ଚିବ । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ । ବିପଦ ସମୟରେ ସହାୟତାର ହାତ ବଢ଼ାଇବାରୁ ଓଡ଼ିଶାକୁ ସେ ଧନ୍ୟବାଦ ଜଣାଇଛନ୍ତି ।

କେଜ୍ରିଓ୍ୱାଲ କହିଛନ୍ତି, ଗତ କିଛି ଦିନ ହେଲା ଦିଲ୍ଲୀରେ ଅକ୍ସିଜେନ୍ ଅଭାବ ରହିଛି । କେନ୍ଦ୍ର ସରକାର ସବୁ ରାଜ୍ୟ ପାଇଁ ଅକ୍ସିଜେନ୍ କୋଟା ଧାର୍ୟ୍ୟ କରିଛନ୍ତି । ଏବେ ପ୍ରତିଦିନ ଦିଲ୍ଲୀକୁ ୭୦୦ ଟନ୍ ଅକ୍ସିଜେନ୍ ଆବଶ୍ୟକ । କିନ୍ତୁ କେନ୍ଦ୍ର ସରକାର ୩୭୮ ଟନ୍ ଧାର୍ୟ୍ୟ କରିଛନ୍ତି । ଏବେଏହାକୁ ୪୮୦କୁ ବୃଦ୍ଧି କରିଛନ୍ତି । ତଥାପି ଆବଶ୍ୟକତା ପୂରଣ ହେଉ ନଥିବାରୁ ଅନ୍ୟ ରାଜ୍ୟରୁ ସହାୟତା ଲୋଡ଼ିଛନ୍ତି ଦିଲ୍ଲୀ ସରକାର ।

Leave A Reply

Your email address will not be published.