Latest Odisha News

BREAKING NEWS

ଡ୍ରାଗନର ଚାଲାକି ଧରା ପଡିଲା, ଶ୍ରୀଲଙ୍କାରେ ଅଟକିଥିବା ଚୀନ ଜାହଜରୁ ମିଳିଲା ପରମାଣୁ ପଦାର୍ଥ !

କଲମ୍ବୋ: ଚୀନର ଆଉ ଏକ ମାରାତ୍ମକ ଷଡଯନ୍ତ୍ର ପଦାରେ ପଡିଛି । ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ଅଟକି ରହିଥିବା ଏକ ଚୀନ ଜାହାଜରୁ ପରମାଣୁ ପଦାର୍ଥ ମିଳିଛି । ଶ୍ରୀଲଙ୍କା ସରକାର ଏ ନେଇ କଡା ପଦକ୍ଷେପ ଗ୍ରହଣ କରି ଜାହାଜକୁ ତୁରନ୍ତ ବନ୍ଦର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜାହଜଟି ରୋଟେରଡମ ବନ୍ଦରରୁ ଚୀନ ଯାଉଥିଲା । ଏହା ହଠାତ ଖରାପ ହୋଇପଡିବାରୁ ହାମ୍ବନଟୋଟାରେ ଅଟକିଥିଲା । ଏହା ମଧ୍ୟରେ କଣ ଅଛି ବନ୍ଦର ଅଧିକାରୀମାନେ ଜାଣି ନ ଥିଲେ ।

ୟୁରାନିୟମ ହେକ୍ସାଫ୍ଲୋରାଇଡ ପରମାଣୁ ଶକ୍ତି କେନ୍ଦ୍ରରେ ଇନ୍ଧନ ରୂପେ ବ୍ୟବହାର ହୋଇଥାଏ ବୋଲି ଶ୍ରୀଲଙ୍କା ପରମାଣୁ ଶକ୍ତି ବୋର୍ଡ ନିର୍ଦ୍ଦେଶକ ଟିଏମଆର ଟେନ୍ନାକୁନ କହିଛନ୍ତି । ଶ୍ରୀଲଙ୍କା ସରକାରଙ୍କ ଅନୁମତି ନ ନେଇ କିପରି ଜାହାଜ ଯାଉଥିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା କେବଳ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଦୁଇ ସରକାରଙ୍କ ଅନୁମତିରେ ପଠା ଯାଇଥାଏ । ଘଟଣାର ତଦନ୍ତ ଚାଲିଛି । ଚୀନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଆସି ନାହିଁ ।

Leave A Reply

Your email address will not be published.