Latest Odisha News

BREAKING NEWS

ଉପନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ଆସିବେ ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଧାମନଗର ପରେ ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ କେନ୍ଦ୍ରୀ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବା ଲାଗି ଆସନ୍ତା ୨୭ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆସିବେ । ୨୭ ତାରିଖ ସକାଳ ୧୧ଟାରେ ୨ କେନ୍ଦ୍ର ମନ୍ତ୍ରୀ ନିର୍ବାଚନ ସଭା କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ।

ସେହିଭଳି ନଭେମ୍ବର ୨୬ ତାରିଖରେ ପଦମପୁର ନିର୍ବାଚନ ମଣ୍ଡଳୀର ଝାରବନ୍ଧ ବ୍ଲକରେ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସିବେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର ଆସନ୍ତାକାଲି ଝାରବନ୍ଧ ବ୍ଲକର ବିଳାସପୁର ପଞ୍ଚାୟତରେ ସକାଳ ୧୧ଟାରେ ନିର୍ବାଚନୀ ସଭା କରିବେ । ଏହା ପରେ ସମ୍ବିତ ପାତ୍ର କୁମୀର ଓ ଜଗଦଳପୁରରେ ଆଉ ଦୁଇଟି ନିର୍ବାଚନୀ ସଭାରେ ଉଦବୋଧନ ଦେବେ ।

ଆଜି ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ସୁରେଶ ପୁଜାରି, ସଙ୍ଗୀତା ସିଂହଦେଓ, ବସନ୍ତ ପଣ୍ଡା, ଜୁଏଲ ଓରାମ, ବରିଷ୍ଣ ନେତା କନକ ବର୍ଦ୍ଦନ ସିଂହଦେଓ, ମନମୋହନ ସାମଲ ଆଦି ପ୍ରଚାର କରିଥିଲେ ।

Leave A Reply

Your email address will not be published.