Latest Odisha News

ପଦ୍ମପୁର ଉପନିର୍ବାଚନ: କଂଗ୍ରେସରୁ ଲଢିବେ ସତ୍ୟଭୂଷଣ ସାହୁ

ଭୁବନେଶ୍ୱର : ପଦ୍ମପୁର ଉପନିବାର୍ଚନ ପାଇଁ ବିଜେପି ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ କଂଗ୍ରେସ ଆଜି ତାହାର ପ୍ରାର୍ଥୀ ଘୋଷଣା କରିଛି । ସତ୍ୟଭୂଷଣ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । AICC  ପକ୍ଷରୁ ଜାରି ଏକ ପ୍ରେସ ରିଲିଜରେ ଏ ନେଇ ସୂଚନା ଦିଆଯାଇଛି ।

ପଦ୍ମପୁର ପାଇଁ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା ।ବିଜେପି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଛି ।

ଦୁଇ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ହେଁ ବିଜେଡି ଏ ଯାଏ କାହାକୁ ପ୍ରାର୍ଥୀ କରିବ କହିନାହିଁ ।

ସୂଚନାଥାଉ କି,  ଅକ୍ଟୋବର ୩ ତାରିଖରେ ବିଜୟ ରଞ୍ଜନ ସିଂ ବରିହାଙ୍କ ମୃତ୍ୟୁ ପରେ ପଦ୍ମପୁର ବିଧାନସଭା ଆସନ ଖାଲି ରହିଛି । ଡିସେମ୍ୱର ୫ ତାରିଖରେ ପଦ୍ମପୁର ଆସନ ପାଇଁ ଉପନିର୍ବାଚନ ହେବ । ଡିସେମ୍ୱର ୮ ତାରିଖରେ ଫଳାଫଳ ଘୋଷଣା ହେବ ।

Leave A Reply

Your email address will not be published.