Latest Odisha News

BREAKING NEWS

ବିଶ୍ଵ ରେଡ଼ିଓ ଦିବସ: ବାଲୁକାକଳାରେ ରେଡ଼ିଓର ପ୍ରତିକୃତି ପ୍ରସ୍ତୁତ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ଅର୍ଥାତ୍ ଫେବୃଆରୀ ୧୩ କୁ ବିଶ୍ଵ ରେଡ଼ିଓ ଦିବସ ଭାବେ ସାରା ବିଶ୍ଵରେ ପାଳନ କରାଯାଉଛି । ରେଡ଼ିଓ ର ଗୁରୁତ୍ଵ କେତେ ରହିଛି, ଏହା ମଣିଷ ଜୀବନରେ କେତେ ଅପରିହାର୍ଯ୍ୟ, ପୁର୍ବରୁ ରେଡ଼ିଓ କିଭଳି ମନୁଷ୍ୟ ସମାଜ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା ସେନେଇ ସଚେତନତା ପାଇଁ ସାରା ବିଶ୍ଵରେ ପ୍ରତିବର୍ଷ ଫେବୃଆରୀ ୧୩ କୁ ବିଶ୍ଵ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ ।

ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବିଶ୍ଵ ରେଡ଼ିଓ ଦିବସକୁ ନେଇ ଏକ ସୁନ୍ଦର ବାଲୁକା ଚିତ୍ରକଳା ପୁରୀ ବେଳାଭୁମି ରେ ତିଆରି କରିଛନ୍ତି । ବାଲୁକା ଚିତ୍ରକଳାରେ ଅବିକଳ ରେଡ଼ିଓ ର ପ୍ରତିକୃତି ସହ ଏହାର ଉଦ୍ଭାବକ ଗୁଗଲିଏଲମୋ ମାର୍କୋନୀ ଙ୍କ ପ୍ରତିକୃତିକୁ ମଧ୍ୟ ସ୍ଥାନ ଦିଆଯାଇଛି । ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି ରେଡ଼ିଓ ସହିତ ମଣିଷ ସମାଜର ଅନେକ ଅଭୁଲା ସ୍ମୃତି ରହିଛି ।

ଶିକ୍ଷା, ସ୍ବାସ୍ଥ୍ୟ, ସୂଚନା, ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା ରେଡ଼ିଓ । ଯଦିଓ ଯୁଗ ବଳଦିବା ସହ ରେଡ଼ିଓ ସେବା ଡିଜିଟାଲ ହୋଇଛି ଏହାର ଗୁରୁତ୍ଵ ଓ ଲୋକପ୍ରିୟତା ଏବେବି ବଜାୟ ରହିଛି । ଏହି ସ୍ମୃତି କୁ ମନେ ପକାଇବା ପାଇଁ ଏହି ବାଲୁକା ଚିତ୍ରକଳା ସେ ନିର୍ମାଣ କରିଥିବା କହିଛନ୍ତି ।

Leave A Reply

Your email address will not be published.