Latest Odisha News

BREAKING NEWS

ଆଇପିଏଲରେ ବିକ୍ରି ହୋଇପାରିଲେନି ଓଡିଶାର ଦୁଇ କ୍ରିକେଟର

ଚେନ୍ନାଇ: ଆଇପିଏଲର ୧୪ତମ ସଂସ୍କରଣ ପାଇଁ ମିନି ନିଲାମୀ ଶେଷ ହୋଇଛି । କିନ୍ତୁ ଓଡିଶାର ଦୁଇ ଖେଳାଳିଙ୍କୁ କେହି କିଣି ନାହାନ୍ତି । ଏହି ଦୁଇଖେଳାଳି ହେଲେ ଅଲ ରାଉଣ୍ଡର ଗୋବିନ୍ଦ ପୋଦାର ଓ ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ସେନାପତି । ଆଇପିଏଲ୍ ନିଲାମୀ ତାଲିକାରେ ଏହି ଦୁଇ ଖେଳାଳି ତାଲିକାରେ…

ଉତ୍କଳ ରଙ୍ଗମଞ୍ଚରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ଆଲୋଚନା ଚକ୍ର

ଭୁବନେଶ୍ୱର : ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଏବଂ ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଚରେ ଓଡ଼ିଶୀ ସଙ୍ଗୀତ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଓଡ଼ିଶୀ ସଙ୍ଗୀତକୁ ନେଇ ଏକ ଆଲୋଚନା ଚକ୍ର ଆୟୋଜିତ…

ଏଣିକି ଗୁଣ୍ଡିଚା ମନ୍ଦିରରେ ହେବ ନିଶୁଳ୍କ ଦର୍ଶନ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଉ ଦେବାକୁ ପଡିବନି ପ୍ରବେଶ ଶୁଳ୍କ । ୨୦୨୧-୨୨ ଆର୍ଥିକ ବର୍ଷରୁ ଏହାକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତି ନେଇଛି । କେବଳ ଗୁଣ୍ଡିଚା ମନ୍ଦିର ନୁହେଁ, ନରେନ୍ଦ୍ର ପୁଷ୍ମରଣୀ, ରୋହିଣୀ କୁଣ୍ଡ, ଶ୍ରୀମନ୍ଦିର ମହାଲକ୍ଷ୍ମୀ ଭଣ୍ଡାର ରୋଷ ଦର୍ଶନୀ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୯-୨-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଫେବୃୟାରୀ ତା ୧୯ରିଖ ଶୁକ୍ରବାର କୁମ୍ଭ ୮ଦିନ ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି କୃତ୍ତିକା ନକ୍ଷତ୍ର ମେଷ ଚନ୍ଦ୍ର ସକାଳ ୯ଟା ୪୩ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ ତାପରେ ବୃଷ ଚନ୍ଦ୍ର…

ଓଡିଶା ଆଥଲେଟିକ୍ସ ଆସୋସିଏସନର ସଭାପତି ଜି.ଏସ୍ ପଟ୍ଟନାୟକ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆଥଲେଟିକ୍ କ୍ରୀଡାରେ ଓଡିଶା ହେବ ୧ ନମ୍ବର । ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ତୃଣମୂଳ ସ୍ତରରୁ ପ୍ରତିଭା ଅନ୍ୱେଷଣ କରାଯାଇ ସେମାନଙ୍କୁ ସାମ୍ନାକୁ ଅଣାଯିବ । କୌଣସି କ୍ରୀଡାବିତ ନିରାଶ ହେବେ ନାହିଁ । ସଂଘ ପକ୍ଷରୁ ସମସ୍ତ କ୍ରୀଡାବିତ୍ ଓ କ୍ରୀଡା ସଂଗଠନ ଗୁଡିକୁ ସହଯୋଗ…

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ

ଭୁବନେଶ୍ୱର: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ତେବେ ଯାହା ଅନୁମାନ କରାଯାଉଛି କୌଣସି କାର୍ଯ୍ୟକ୍ରମରେ ନୁହେଁ ବରଂ ସେ ବୁଲିବା ପାଇଁ ଆସିଛନ୍ତି । ଏକ ସୂତ୍ରରୁ ଜଣାପଡିଛି ଯେ ସେ ରାଜଧାନୀର ଏକ ପ୍ରିମିୟର ହୋଟେଲରେ ରହିଛନ୍ତି । ସେ…

ଭୁବନେଶ୍ବରରେ ଯୁବତୀଙ୍କ ଠାରୁ ଲୁଟ୍

ଭୁବନେଶ୍ବର : ରାଜଧାନୀରେ ଯୁବତୀଙ୍କ ଠାରୁ ଲୁଟ୍ । ବାଣୀବିହାର ଛକରେ ଯୁବତୀଙ୍କ ଠାରୁ ୨୦ ହଜାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୨୦ ହଜାର ଟଙ୍କା ମୋବାଇଲ ଫୋନ୍, ଏଟିଏମ କାର୍ଡ ସହ ଭ୍ୟାନ୍‌ଟି ବ୍ୟାଗ ଛଡ଼ାଇ ନେଇଛନ୍ତି ଲୁଟେରା । ସସ୍ମିତା ପାତ୍ର ନାମକ ଜଣେ ଯୁବତୀ ସ୍କୁଟି ଚଳାଇ ଯାଉଥିବା…

ଭିଜିଲାନ୍ସ ଜାଲରେ ପ୍ରିନ୍ସିପାଲ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ମଦନପୁର ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ଖିତିଶ ଭୂଷଣ ବିଶ୍ବାଳ । ଗଙ୍ଗାଧର ବାଗ ନାମକ ଜଣେ ବ୍ୟକ୍ତି ମଦନପୁର ଆଦର୍ଶ ବିଦ୍ୟାଳୟରେ ଜଗୁଆଳ ଭାବେ ନିଯୁକ୍ତି ପାଇଥିଲେ। ହେଲେ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। କାର୍ଯ୍ୟ​‌ରେ ଯୋଗ ଦେବାକୁ ହେଲେ ୪୦ ହଜାର ଟଙ୍କା…

ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ: ୧୦୦ ମିଟରରେ ବାଜି ମାରିଲେ ଦୂତୀ, ଅଲିମ୍ପିକ କ୍ୱାଲିଫାଇଂ ଟାଇମିଂ ହାସଲରେ ବିଫଳ

ଭୁବନେଶ୍ୱର: ପଟିୟାଲାରେ ଚାଲିଥିବା ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସରେ ଓଡିଶାର ଦୂତି ଚାନ୍ଦ କମାଲ ଦେଖାଇଛନ୍ତି । ସେ ମହିଳା ୧୦୦ ମିଟର ଦୌଡକୁ ୧୧.୫୧ ସେକେଣ୍ଡରେ ଜିତି ନେଇଛନ୍ତି । ସେ ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ରେକର୍ଡକୁ ଭାଙ୍ଗିବାରେ ବିଫଳ ହୋଇଛନ୍ତି । ସେହିପରି ଅଲିମ୍ପିକ…

ଜାଲ୍ ଶିକ୍ଷକ ଗିରଫ, ଧାମନଗରରୁ ବାନ୍ଧିଲା ପୋଲିସ

ନବରଙ୍ଗପୁର : ଜାଲ ପ୍ରମାଣପତ୍ର ଦେଖାଇ ଶିକ୍ଷକତା କରୁଥିବା ଅଭିଯୋଗରେ ଫେରାର ଥିବା ଜାଲ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ନବରଙ୍ଗପୁର ଜିଲ୍ଲାରେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଶ୍ରୀକାନ୍ତ ଦଳେଇଙ୍କୁ ଗିରଫ କରିଛି କୋଡ଼ିଙ୍ଗା ଥାନା ପୋଲିସ । ଅଭିଯୋଗ ଅନୁସାରେ ଶ୍ରୀକାନ୍ତ…