Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି କର୍ମୀ, ୭ଟି ସ୍ଥାନରେ ରେଡ୍

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର-୯ର ଅଙ୍ଗନବାଡ଼ି କର୍ମୀ । ତାଙ୍କ ନାଁ ନମିତା ଦଳେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଅ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍‌ ଚାଲିଛି । ବ୍ରହ୍ମପୁର ଲକ୍ଷ୍ମୀ ନୃସିଂହ ସାହି ପ୍ରଥମ ଲେନରେ ଥିବା ଦୁଇଟି ଘର, ଗଣେଶନଗର…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି

ନୟାଗଡ଼: ନାବାଳିକା ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତକୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ ଏସଆଇଟି । ନାବାଳିକାକୁ ଯୌନ ନିର୍ୟାତନା ଓ ହତ୍ୟା ଘଟଣାରେ ଅଧିକ ପଚରାଉଚରା କରାଯିବ । ଅଭିଯୁକ୍ତର କେହି ସହଯୋଗୀ ଅଛନ୍ତି ନା ସେ ଏକା ଏଭଳି ଜଘନ୍ୟକାଣ୍ଡ ଘଟାଇଛି ସେଦିଗରେ ଅଧିକ ତଥ୍ୟ ହାତେଇବ…

କଣ୍ଟେନର ସହ ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ, ୫ଜଣ ଜୀବନ୍ତ ଦଗ୍ଧ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ସଡ଼କ ଦୁର୍ଘଟଣା । ଯମୁନା ଏକ୍ସପ୍ରେସରେ କଣ୍ଟେନର ସହ କାର ଧକ୍କା ହେବାରୁ ଲାଗିହଲା ନିଆଁ । ଏଥିରେ କାର୍ ଭିତରେ ପାଞ୍ଚ ଜଣ ଯାତ୍ରୀ ଜୀବନ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଆଜି ଭୋର୍ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକମାନେ ଲକ୍ଷ୍ନୌର ବାସିନ୍ଦା ଓ…

ଜିଏସଟି ଠକେଇ ଅଭିଯୋଗରେ କଟକରୁ ବନ୍ଧା ହେଲେ ୩ ଜଣ

କଟକ: ପୁଣି ବଡ଼ ଧରଣର ଜିଏସଟି ଠକେଇ ସାମନାକୁ ଆସିଛି । କୋଟି କୋଟି ଟଙ୍କା ଟିକସ ଫାଙ୍କିବାକୁ ଫନ୍ଦି କରୁଥିଲେ । ଧରାପଡ଼ିଲେ ଓ ଜେଲ୍ ଗଲେ । ଜିଏସଟି ଠକେଇ ଅଭିଯୋଗରେ କଟକ ଚୌଦ୍ୱାରରୁ ୩ ଜଣଙ୍କୁ ଗିରଫ କରିଛି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । କୋର୍ଟରେ ହାଜରେ ପରେ ସେମାନଙ୍କୁ ଜେଲ ପଠାଇ…

କରୋନା ଟିକା ନେଲେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍

ଓ୍ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଦିଆଗଲା କରୋନା ଟିକା । ୭୮ ବର୍ଷୀୟ ବାଇଡେନ କରୋନାର ହାଇ-ରିସ୍କ ଗ୍ରୁପରେ ଆସୁଥିବାରୁ ତାଙ୍କୁ ଫାଇଜର ଭ୍ୟାକସିନର ପ୍ରଥମ ଡୋଜ୍ ଦିଆଯାଇଛି । ଏକ ଲାଇଭ୍ ଟେଲିଭିଜନରେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଖରେ ଟିକାକରଣ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ ତା୨୨-୧୨-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଡିସେମ୍ବର ତା ୨୨ ମଙ୍ଗଳବାର ଧନୁ ୮ ଦିନ ମାର୍ଗଶିର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଉତ୍ତରଭାଦ୍ର ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ ତୁଳା ରାଶି…

ମେଟ୍ରୋ ସିଟିରେ ୭ ଦିନ, ସହରାଞ୍ଚଳରେ ୧୫ ଏବଂ ଗ୍ରାମାଞ୍ଚଳରେ ୩୦ଦିନ ମଧ୍ୟରେ ମିଳିବ ବିଦ୍ୟୁତ ସଂଯୋଗ

ଭୁବନେଶ୍ବର: ବିଜୁଳି ଉପଭୋକ୍ତାଙ୍କ ଅଧିକାର ସମ୍ବଳିତ ନିୟମ କାନୁନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ଅଗ୍ରାଧିକାରଭିତ୍ତିରେ ସାରା ଦେଶରେ ଲାଗୁ ହୋଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂଆ ନିୟମର ପ୍ରବର୍ତ୍ତନ ବିଷୟ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ. ସିଂହ ଘୋଷଣା…

ଆବୁଧାବି ଟି୧୦ କ୍ରିକେଟ: ଗେଲ୍‌, ବ୍ରାଭୋ ଓ ଆଫ୍ରିଦୀଙ୍କ ଦୁର୍ଦ୍ଦଶ ବ୍ୟାଟିଂ ଦେଖିବେ ପ୍ରଶଂସକ

ଆବୁଧାବି:ଆବୁଧାବି ଟି୧୦ ଲିଗର ୪ର୍ଥ ସଂସ୍କରଣ ଜାନୁୟାରୀ ୨୮ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ଆୟୋଜିତ ହେବ । ଏଥର ବିଶ୍ୱ କ୍ରିକେଟର ୩ ବିସ୍ଫୋରକ ବ୍ୟାଟ୍ସମ୍ୟାନ ୱେଷ୍ଟଇଣ୍ଡିଜର କ୍ରିସ ଗେଲ୍‌, ଡ୍ୱେନ ବ୍ରାଭୋ ଓ ପାକିସ୍ତାନର ଶାହୀଦ ଆଫ୍ରିଦୀ ଏଥିରେ ଅଂଶଗ୍ରହଣ କରିବେ ବୋଲି ସ୍ପଷ୍ଟ ହୋଇଛି ।…

ଏଣିକି ଶସ୍ତା ହେଲା କରୋନା ପରୀକ୍ଷା, ମାତ୍ର ୧୦୦ ଟଙ୍କାରେ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ଏଣିକି ଜନସାଧାରଣ ମାତ୍ର ୧୦୦ ଟଙ୍କାରେ କରିପାରିବେ କରୋନା ଟେଷ୍ଟ। ଏଭଳି ଏକ ବିଜ୍ଞପ୍ତି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଜିଏସଟି ସହିତ ଘରୋଇ ଲ୍ୟାବରେ ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା ପାଇଁ ସର୍ବମୋଟ୍ ୧୦୦ ଟଙ୍କା…

ଡିସେମ୍ବର ୨୩ରୁ ଖୋଲିବ ଅଲାରନାଥ ଓ ବାଲିହରଚଣ୍ଡି ମନ୍ଦିର

ପୁରୀ: ବହୁ ପ୍ରତିକ୍ଷା ପରେ ଧିରେଧିରେ ରାଜ୍ୟରେ ଧର୍ମାନୁଷ୍ଠାନ ଗୁଡିକୁ ଖୋଲିବା ଲାଗି ଅନୁମତି ମିଳୁଛି। ଏଭଳି ଭାବେ ପୁରୀ ଜିଲ୍ଲାର ଅଲାରନାଥ ମନ୍ଦିର ଡିସେମ୍ବର ୨୩ରୁ ପୁଣି ଖୋଲିବ ବୋଲି ବ୍ରହ୍ମଗିରି ତହସିଲଦାର କହିଛନ୍ତି। ଏହି ଦିନରେ ମଧ୍ୟ ଖୋଲିବ ବାଲିହରଚଣ୍ଡି ମନ୍ଦିର। ଏହି…