Latest Odisha News

BREAKING NEWS

ପୁଣି ୨ରୁ ୪ ପଇସା ବଢ଼ିଲା ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡା । ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ବସ୍ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଅଟୋମେକାନିଜମ୍ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି କରାଯାଇଛି । ବର୍ଦ୍ଧିତ ଭଡା ଅନୁଯାୟୀ, ଏବେ ବସ୍ ଭଡା ୨ରୁ…

ତାମିଲନାଡୁର ଥର୍ମାଲ ପାୱାର ପ୍ଲାଣ୍ଟରେ ବିସ୍ଫୋରଣ, ୪ମୃତ, ୧୩ ଗୁରୁତର

ଚେନ୍ନାଇ: ତାମିଲନାଡୁ କୁଡ୍ଡାଲୋର ଜିଲ୍ଲାରେ ଥିବା ନେୟଭେଲି ଥର୍ମାଲ ପାୱାର ପ୍ଲାଂଟର ବୟଲର ବିସ୍ଫୋରଣ ହୋଇଛି । ଏଥିରେ ଘଟଣାସ୍ଥଳରେ ୪ ଜଣଙକ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୩ରୁ ଅଧିକ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପ୍ଲାଂଟରେ…

ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ଅଭିମୁଖେ ତିନିରଥ…

ପୁରୀ: ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ଼ଠାକୁର ଶ୍ରୀବଳଭଦ୍ର ଓ ସୁନା ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ତିନୋଟି ରଥ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦେବୀ ଦଳନ ରଥ ବଡ଼ଦାଣ୍ଡ…

ରାଜଧାନୀର ବସ୍ତିରେ ବଢୁଛି ସଂକ୍ରମଣ, ଆଜି ୨ ନୂଆ ବସ୍ତିରୁ ୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ବିଏମସିର ଚିନ୍ତା ବଢାଇଲାଣି ବସ୍ତି ସଂକ୍ରମଣ । ଆଜି ଭୁବନେଶ୍ୱରରେ ୧୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବିଏମସି ସୂଚନା ଦେଇଛି । ଏଥିରୁ ୮ଜଣ ସ୍ଥାନୀୟ ସଂକ୍ରମଣ ଏବଂ ୪ଜଣ ଗୃହ ସଙ୍ଗରୋଧ କେନ୍ଦ୍ରର । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜଧାନୀର ବସ୍ତି ସଂକ୍ରମଣରେ…

ମାନିଲେନି ନିୟମ: ବନ୍ଦ ହେଲା ଜିମ୍‌, ଶ୍ରୀଲେଦର, ପଣ୍ଡା, ମାକ୍ସ ଦେଲେ ଫାଇନ୍‌

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସରକାରଙ୍କ ନୂଆ ଗାଇଡଲାଇନ୍ । ଆଉ ପ୍ରଥମ ଦିନରେ ହିଁ କଡାକଡି ହୋଇଛି ଯାଂଚ୍ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଅଲଟାଇମ୍ ଫିଟନେଓ ଜିମକୁ ସିଲ କରିଛି ବିଏମସି । ଖଣ୍ଡଗିରି ଆଇଟିଇଆର କଲେଜ ନିକଟରେ ଥିବା ଏହି ଜିମ୍ ନିୟମ ନମାନି ଖୋଲା…

ଚିନ୍ତନ ମନ୍ତ୍ରଣାଳୟ

ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମେ ଆମ ଯୁବକଙ୍କ ଚିନ୍ତନ ଶକ୍ତିର ସୃଷ୍ଟି ଓ ଉନ୍ନତି ଲାଗି ବିଶେଷ କିଛି ପ୍ରୟୋଜନ ଯୋଗେଇପାରି ନାହୁଁ। ଭାରତ ଅସୀମିତ ସାମର୍ଥ୍ୟର ଗନ୍ତାଘର। ବର୍ତ୍ତମାନ ସମୟ ଆସିଯାଇଛି ଏକ ଚିନ୍ତନ ମନ୍ତ୍ରଣାଳୟକୁ କାର୍ଯ୍ୟକାରୀ କରିବାପାଇଁ। ଏହି ମନ୍ତ୍ରଣାଳୟ ଏକ…

ବାତିଲ ହେଲା ଯୁକ୍ତ ୨ର ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ୱର: ବାତିଲ ହୋଇଛି ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସମୀର ଦାସ। ମହାମାରୀ ଓ ପ୍ରତିକୂଳ ପରିସ୍ଥିତି ପାଇଁ ବାକି ଥିବା ପରୀକ୍ଷାକୁ ବାତିଲ କରାଯାଇଛି। ସିବିଏସ୍‌ଇ ଢ଼ାଞ୍ଚାରେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାର ମୂଲ୍ୟାୟନ କରାଯିବ ବୋଲି…

ଜେଜେବାପା ଶବ ଉପରେ ନାତି, କଶ୍ମୀର ଏନକାଉଣ୍ଟର ସାଇଟର ହୃଦୟ ବିଦାରକ ଦୃଶ୍ୟ

ଜମ୍ମୁ କଶ୍ନୀର: କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଲେ ଜେଜେବାପା । କିନ୍ତୁ ବଞ୍ଚିଗଲା ପାଖରେ ଥିବା ତିନି ବର୍ଷର ନାତି । ଜମ୍ମୁ କଶ୍ମୀର ସପୋରରେ ସିଆରପିଏଫ୍ ଯବାନଙ୍କ ଉପରେ ଆତଙ୍କୀ ହମଲା ପରେ ଏଭଳି ହୃଦୟବିଦାରକ ଚିତ୍ର ସାମନାକୁ…

ଗଞ୍ଜାମରେ ସର୍ବାଧିକ ୧୦୨ ପଜିଟିଭ ସହ, ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୫୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୫୧ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।…

ଜମ୍ମୁ କଶ୍ମୀରରେ ସିଆରପିଏଫ୍ ଟିମ୍ ଉପରେ ଆତଙ୍କୀ ହମଲା

ଜମ୍ମୁ କଶ୍ମୀର: ସପୋରରେ ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଆହତ ହୋଇଛନ୍ତି ଆଉ ତିନି ଜଣ । ଆତଙ୍କବାଦୀ ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି । ତିନି ଆହତ ଯବାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା…