Latest Odisha News

BREAKING NEWS

ବାହୁଡ଼ା ରୀତିନୀତି ପୂର୍ବରୁ ସେବାୟତଙ୍କ ହେଲା ଥର୍ମାଲ ସ୍କ୍ରିନିଂ

ପୁରୀ: ବିନା ଭକ୍ତ ଓ କୋଭିଡ କଟକଣା ଭିତରେ ବାହୁଡ଼ା ଯାତ୍ରା ହେଉଛି । କେବଳ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ହିଁ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଆଜି ବାହୁଡ଼ା ଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ସେବାୟତମାନଙ୍କର ଯାଞ୍ଚ କରାଯାଇଥିଲା ।…

କେମିତି ପାଇବି ପ୍ରଭୁ ଦର୍ଶନ…

କେମିତି ପାଇବି ପ୍ରଭୁ ଦର୍ଶନ... ସନ୍ତୋଷ ମିଶ୍ର ଝିପିଝିପି ବରଷାରେ ରଥ ମୁଁ ଭିଡ଼ିବି, ଭାବିଥିଲି ବାହୁଡାକୁ ଶ୍ରୀକ୍ଷେତ୍ରକୁ ଯିବି, ନନ୍ଦିଘୋଷେ ବସିଥିବ ମୋ ଚକାନାୟନ, ହେଲେ ଆଜି ସବୁକିଛି ମୋ ପାଇଁ ସପନ, କେମିତି ପାଇବି ପ୍ରଭୁ ଦରଶନ ...(୦) ମେଘ ଆସେ ବର୍ଷା ନେଇ ଭିଜେ ବଡଦାଣ୍ଡ,…

୨୪ ଘଣ୍ଟାରେ ୧୮,୬୫୩ ଆକ୍ରାନ୍ତ; ଦେଶରେ ସାଢେ ୫ ଲକ୍ଷ ଟପିଲା ପଜିଟିଭ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତାଣ୍ଡବ ରଚୁଛି କରୋନା । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଦୃତ ଗତିରେ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସିଙ୍କୁ ବରଖାସ୍ତ କଲେ ପୋଲିସ ଡିଜି

ଭୁବନେଶ୍ୱର: ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ପୋଲିସ ଡିଜି କହିଛନ୍ତି, ଆଇଆଇସିଙ୍କ ଆଚରଣ…

ବିନା ଭକ୍ତରେ ଜନ୍ମଦେବୀରୁ ରତ୍ନ ବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ :କରୋନା ସଂକ୍ରମଣ ଭୟ ଯୋଗୁଁ ଆଜି ବି ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରିନି ବଡ ଦାଣ୍ଡରେ । ଗୁଣ୍ଡିଚା ଦିନ ବିନା ଭକ୍ତରେ ମହାପ୍ରଭୁ ରତ୍ନବେଦୀରୁ ଆସିଥିଲେ ଜନ୍ମ ବେଦୀ । ଏବେ ଫେରିଗଲା ବେଳେ ବି ଭକ୍ତ ନାହାନ୍ତି । କେବଳ ହାତ ଗଣତି ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ରଥଟଣା ଯିବ । ଘରେ…

ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟଡାଉନ ଘୋଷଣା : କ’ଣ ସବୁ ରହିଛି କଟକଣା, ଜାଣନ୍ତୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ୧୪ଘଣ୍ଟିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ। ଅପରାହ୍ନ ୪ଟା ଠାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଜାରି। *ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। *ଗଞ୍ଜାମ ଜିଲ୍ଲାରେ ସକାଳ…

ଦିଲ୍ଲୀ ଆସିଲେ ଚୀନ୍ ନାଗରିକଙ୍କୁ ମିଳିବନି ଟାକ୍ସି ସେବା

ନୂଆଦିଲ୍ଲୀ: ଗଲଓ୍ୱାନ ଘାଟି ସଂଘର୍ଷ ପରେ ସାରା ଦେଶରେ ଚୀନ ବିରୋଧରେ ହାଓ୍ୱା ବହୁଛି । ତେଜିବାରେ ଲାଗିଛି ଚୀନ ସାମଗ୍ରୀ ବର୍ଜନ ନାରା । ଏତିକିବେଳେ ବଡ଼ ନିଷ୍ପତ୍ତି ନେଇଛି ଦିଲ୍ଲୀର ଟୁର୍ ଏଣ୍ଡ ଟ୍ରାଭେଲ୍ ଆସୋସିଏସନ୍ । ଚୀନ୍ ନାଗରିକଙ୍କ ଉପରେ ବ୍ୟାନ ଲଗାଇଛି । ଘୋଷଣା କରିଛି, ଚୀନ୍…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧-୭-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ  ତା ୧ ରିଖ  ବୁଧବାର ମିଥୁନ ୧୭ ଦିନ  ଆଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର ଘାତ ବାର-:  କର୍କଟ  ରାଶିର  ଆଜି:  ଶିମ୍ବ ଖାଇବା  ନିଷେଧ ଆଜି ମହାପ୍ରଭୁଙ୍କ…

ଟିକଟକକୁ ଟକ୍କର ଦେଉଛି ରୋପୋସୋ, ଗୋଟିଏ ଦିନରେ ରେକର୍ଡ ଡାଉନଲୋଡ୍

ଟିକଟକ୍ ବ୍ୟାନ ପରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଜବରଦସ୍ତ ହିଟ୍ ହେବାରେ ଲାଗିଛି ଭିଡିଓ ସେୟାରିଂ ଆପ୍ ରୋପୋସୋ । ଗତକାଲି ସୁଦ୍ଧା ୪୮ ଲକ୍ଷରୁ ଅଧିକ ୟୁଜର୍ସ ଡାଉନଲୋଡ୍ କରି ସାରିଛନ୍ତି । ଆଶା କରାଯାଉଛି ଦିନେ ଦୁଇ ଦିନ ଭିତରେ କୋଟିଏ ନୂଆ ୟୁଜର୍ସ ସାମିଲ ହେବେ । ଭିଡିଓ ସେୟାରିଂ ଆପ୍…

କାଳ ହେଲା ବିବାହ: କରୋନା ପଜିଟିଭ ଚିହ୍ନଟ ହେଲେ ୯୦ ଜଣ ଅତିଥି, ବର ମୃତ  

ପାଟଣା: ପାଟଣା ଅନ୍ତର୍ଗତ ପାଲିଗଞ୍ଜର ଗାଁରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ପ୍ରାୟ ୯୦ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଦୁଇ ଦିନ ତଳେ ବରର ମୃତ୍ୟୁ ଘଟିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀ ଉକ୍ତ ବରର କୋଭିଡ ପରୀକ୍ଷା ନକରି ଶବଦାହ କରିଦେଇଥିଲେ। ଏହି ଘଟଣାକୁ…